ଭୋଟ୍ ଦେଉଛି ପଦ୍ମପୁର

0

ପଦ୍ମପୁର (ଆମ ଟିଭି): ପଦ୍ମପୁରରେ ଉପନିର୍ବାଚନ ପାଇଁ ଚାଲିଛି ଭୋଟ୍ । ଭୋଟ ଦେଉଛନ୍ତି ପଦ୍ମପୁରବାସୀ । ଦିନ ୧ଟା ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ ହୋଇଛି । ତେବେ ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ସନ ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ଯାଞ୍ଚ କରୁଛନ୍ତି । ମକପୋଲ ସମୟରେ ୪ଟି ବୁଥରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଚାରୋଟି ବ୍ୟାଲେଟ ୟୁନିଟ୍, ତିନୋଟି କଂଟ୍ରୋଲ ୟୁନିଟ, ଆଠଟି ଭିଭିପାଟ ବଦଳ କରାଯାଇଛି । ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଚାଲିବ ଭୋଟ୍ ଗ୍ରହଣ ପ୍ରକ୍ରିୟା । ଅଧିକରୁ ଅଧିକ ମତଦାନ କରିବାକୁ ଅପିଲ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

ପଦ୍ମପୁର ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣ ପ୍ରାର୍ଥୀଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି । ବିଭିନ୍ନ ମତଦାନ କେନ୍ଦ୍ର ଗୁଡିକରେ ଲାଗିଛି ଭିଡ । ସକାଳ ୭ଟାରୁ ୩୧୯ଟି ବୁଥରେ ମତଦାନ ଆରମ୍ଭ ହୋଇଯାଇଥିବା ବେଳେ ଅପରାହ୍ନ୍ଣ ୪ଟା ଯାଏଁ ଏହି ଭୋଟ ଗ୍ରହଣ ଚାଲିବ । ମତଦାନ କେନ୍ଦ୍ର ଗୁଡିକରେ ଭିଡ ବଢିବାରେ ଲାଗିଛି । ପୁଲିଂ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପଦ୍ମପୁର ଉପନିର୍ବାଚନ ପାଇଁ ମୋଟ ୩୧୯ ବୁଥରେ ମତଦାନ ଚାଲିଛି । ସେଥିମଧ୍ୟରୁ ୧୨୦ଟି ବୁଥରେ ୱେବକାଷ୍ଟିଂ, ୬୬ଟି ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ୧୫ଟି ମଡେଲ ବୁଥ ଏବଂ ୬ଟି ପିଙ୍କ୍ ବୁଥରେ ଭୋଟିଂ ବ୍ୟବସ୍ଥା କରାଯାଇଛି ।

 

Leave A Reply

Your email address will not be published.