ପଦ୍ମଶ୍ରୀ ପଣ୍ଡିତ ଭଜନ ସପୋରୀଙ୍କ ପରଲୋକ

0

ନୂଆଦିଲ୍ଲୀ(ଆମ ଟିଭି): ପଦ୍ମଶ୍ରୀ ପଣ୍ଡିତ ଭଜନ ସପୋରୀଙ୍କ ପରଲୋକ । ଆଜି ଗୁରୁଗ୍ରାମର ଫର୍ଟିସ୍ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ୭୪ ବର୍ଷରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ୧୯୪୮ ମସିହାରେ କାଶ୍ମୀର ସୋପୋରୀ ଉପତ୍ୟାକାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସପୋରୀ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରରୁ ଆସିଥିଲେ। ୧୯୫୩ ମସିହାରେ ମାତ୍ର ୫ ବର୍ଷ ବୟସରେ ଭଜନ ସପୋରୀ ତାଙ୍କର ପ୍ରଥମ ସଂଗୀତ ପରିବେଷଣ କରିଥିଲେ। ଏହାପରେ ସେ ତାଙ୍କ ଜୀବନରେ ଅନେକ ସଫଳତା ପାଇଛନ୍ତି। ଭାରତୀୟ ସଂଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଭଜନ ସପୋରୀଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ୧୯୯୨ରେ ସଂଗୀତ ନାଟକ ଆକାଡେମୀ ଆୱାର୍ଡ, ଭାରତୀୟ ଶାସ୍ତ୍ରୀୟ ସଂଗୀତରେ ଯୋଗଦାନ ଯୋଗୁ ତାଙ୍କୁ ୨୦୦୪ରେ ପଦ୍ମଶ୍ରୀ ପୁରସ୍କାର ଆଦି ସମ୍ମାନ ମିଳିଛି।

Leave A Reply

Your email address will not be published.