୫୦୦ ଫୁଟ୍ ତଳକୁ ଖସିଲା ପାକିସ୍ତାନ ସେନା ଗାଡ଼ି

0

(ଆମ ଟିଭି): ପାକିସ୍ତାନ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ପାକ୍ ଅଧିକୃତ କାଶ୍ମୀରର ଶୌଜାବାଦ ଅଞ୍ଚଳରେ ରବିବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୯ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ରେଗୁଲାର ସୈନ୍ୟ ଡ୍ୟୁଟି ସମୟରେ ପାକିସ୍ତାନ ସେନାର ଏକ ଗାଡ଼ି ଗଭୀର ଖାଇକୁ ଖସି ପଡ଼ିଥିଲା, ଯାହାଫଳରେ ଘଟଣାସ୍ଥଳରେ ହିଁ ୯ ଜଣ ସୈନିକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ସମସ୍ତ ଆହତଙ୍କୁ ରାଓ୍ଵଲପିଣ୍ଡିର ସଂଯୁକ୍ତ ସୈନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ସ୍ଥାନୀୟ ପୋଲିସର କହିବା ମୁତାବକ, ପାକିସ୍ତାନୀ ସେନାର ଯବାନମାନେ ଏକ ଟ୍ରକ୍‌ରେ ଯାଉଥିଲେ। ମାଙ୍ଗ୍‌ ବଜରୀରୁ ୧୨ କିଲୋମିଟର ପୂର୍ବରୁ ଟ୍ରକ୍‌ଟି ହଠାତ୍‌ ଭାରସାମ୍ୟ ହରାଇ ୫୦୦ ଫୁଟ୍‌ ଗଭୀର ଖାଇକୁ ଖସି ପଡ଼ିଥିଲା।

Leave A Reply

Your email address will not be published.