ଇଣ୍ଡିଆ ଜିନ୍ଦାବାଦ ନାରା ଦେଲେ ପାକିସ୍ତାନ ନାଗରିକ

0

ମଝି ଦରିଆରେ ଇଣ୍ଡିଆ ଜିନ୍ଦାବାଦ ନାରା ଦେଲେ ପାକିସ୍ତାନ ନାଗରିକ। ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ। ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି। ଏଥିସହ ଇଣ୍ଡିଆ ଜିନ୍ଦାବାଦ ନାରା ଦେଇଛନ୍ତି।

୧୨ ଘଣ୍ଟାର ଲମ୍ବା ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା। ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା। ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ’ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୁରା ଅଞ୍ଚଳକୁ ଲୁଟେରା ମୁକ୍ତ କରିବା ପାଇଁ ପ୍ରୟାସ କରାଯାଇଥିଲା।

ଆରବ ସାଗରରେ ଇରାନର ଫିସିଂ ଜାହାଜରେ କିଛି ସଶସ୍ତ୍ର ସୋମାଲିଆ ଲୁଟେରା ବଳପୂର୍ବକ ପ୍ରବେଶ କରିବା ସହ ୨୩ ପାକିସ୍ତାନ ନାଗରିକଙ୍କୁ ଅପହରଣ କରି ନେଇଥିଲେ। ଭାରତୀୟ ନୌସେନା ଏମର୍ଜେନ୍ସି କଲ ପାଇ ଜାହାଜର ପିଛା କରିବା ସହିତ ସୋମାଲିଆ ଲୁଟେରାଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ। ଜାହାଜରେ ଥିବା ସମସ୍ତ ପାକିସ୍ତାନୀ କ୍ରୁ ମେମ୍ବର ସୁରକ୍ଷିତ ଉଦ୍ଧାର ହୋଇଥିଲେ।

Leave A Reply

Your email address will not be published.