ଇସଲାମାବାଦ୍ (ଆମ ଟିଭି): ପୁଣି ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ । ଏଥର ତାଙ୍କୁ ବରଖାସ୍ତ କରାଯାଇଛି । ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ରମିଜ ରାଜାଙ୍କୁ ବରଖାସ୍ତ କରିଦିଆଯାଇଛି । ରମିଜ ରାଜା ଲଗାତାର ନିଜ ବୟାନ ଯୋଗୁଁ ବିବାଦରେ ରହିଆସିଥିଲେ । ଏହାରି ଭିତରେ ଏହି କଠୋର କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ରମିଜ ରାଜାଙ୍କ ସ୍ଥାନରେ ନଜମ ସେଠୀଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡର ନୂଆ ଅଧ୍ୟକ୍ଷ କରାଯାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ପିସିବି ମୁଖ୍ୟ ଭାବେ ତାଙ୍କୁ ନିଯୁକ୍ତି କରିଛନ୍ତି ।
ଗତ କିଛିଦିନ ଧରି ଲଗାତାର ରମିଜ ରାଜାଙ୍କୁ ବରଖାସ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଖବରକୁ ସେ ଖଣ୍ଡନ କରୁଥିଲେ ଆଉ ପିସିବି ଅଧିକାରୀଙ୍କୁ ସେ କହିଥିଲେ କି ସରକାରଙ୍କ ତରଫରୁ ତାଙ୍କୁ ପଦରେ ରହିବାକୁ ମଞ୍ଜୁର ମିଳିସାରିଛି ।