ଶଙ୍କଟରେ ପାକିସ୍ତାନ: ୨୨ ଜିଲ୍ଲା ଅନ୍ଧାରରେ
ଇସଲାମାବାଦ (ଆମ ଟିଭି): ଶ୍ରୀଲଙ୍କାରେ ହାହାକାର ପରେ ଏବେ ପାକିସ୍ତାନର ପାଳି । ପାକିସ୍ତାନ ବି ଶ୍ରୀଲଙ୍କା ରାସ୍ତାରେ ଗତି କରୁଛି । ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଏବେ ଏଠାରେ ବିଦ୍ୟୁତ୍ ସଙ୍କଟ ଦେଖାଦେଉଛି । ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଥିବାରୁ ଇସ୍ଲମାବାଦ, କରାଚୀ ସହ ୨୨ ଜିଲ୍ଲାରେ ବିଦ୍ୟୁତ୍ ଶକ୍ତି ନପହଞ୍ଚିବାରୁ ଏସବୁ ଜିଲ୍ଲା ଘୋର ଅନ୍ଧାର ଭିତରେ ରହିଛି ।
ତଙ୍ଗହାଲି ଓ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକଙ୍କ ସମସ୍ୟା ଦିନକୁ ଦିନ ଉକ୍ରଟ ହେବାରେ ଲାଗିଛି । ସୋମବାର ପାକିସ୍ତାନରେ ମାସ୍ ପାୱାର କଟ୍ ହୋଇଥିବାରୁ ଇସ୍ଲାମାବାଦ୍ , କରାଚି ସହ ୨୨ଟି ଜିଲ୍ଲାରେ ଅନ୍ଧାର ଘୋଟିଛି । ଏନେଇ ଦେଶର ଶକ୍ତି ମନ୍ତ୍ରଣାଳୟ ମଧ୍ୟ ସ୍ପଷ୍ଟୋକ୍ତି ଦେଇଛି । ତେବେ ବିଦ୍ୟୁତ ସରବରାହରେ ମେଣ୍ଟେନାନ୍ସ ହେଉଥିବାରୁ ଏଭଳି ସମସ୍ୟା ଦେଖାଯାଇଥିବା ଟ୍ୱିଟ କରି ଜଣାଇଛନ୍ତି ଶକ୍ତି ମନ୍ତ୍ରଣାଳୟର ମୁଖପାତ୍ର । ଦେଖାଯାଉ ଆଗାମୀ ଦିନରେ ପାକିସ୍ତାନର ସ୍ଥିତି କ’ଣ ହେଉଛି ।