ଆତଙ୍କବାଦରେ ବୁଡ଼ି ରହିଛି ପାକିସ୍ତାନ, ଜାତିସଙ୍ଘରେ ପାକ୍ କୁ ଜବାବ ଦେଲା ଭାରତ ପାକ୍କୁ ସିଧା ଟାର୍ଗେଟ୍ କଲା ଭାରତ
ଜାତିସଙ୍ଘରେ ପାକିସ୍ତାନକୁ ତୀବ୍ର ସାମଲୋଚନା କଲା ଭାରତ । ପାକ୍କୁ ସିଧା ଟାର୍ଗେଟ୍ କରି ଭାରତ କହିଛି , ପାକିସ୍ତାନ କଟ୍ଟରପନ୍ଥୀ ଓ ଆତଙ୍କବାଦରେ ବୁଡ଼ି ରହିଛି । କେବଳ ଆତଙ୍କବାଦ ପ୍ରସଙ୍ଗରେ ନୁହେଁ, ବରଂ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ବାରମ୍ବାର ଋଣ ନେବା ପ୍ରସଙ୍ଗରେ ମଧ୍ୟ ଭାରତ ପାକିସ୍ତାନକୁ ଘେରିଛି । ଆତଙ୍କବାଦ ପ୍ରସଙ୍ଗରେ ଭାରତର ଦୃଢ଼ ଆଭିମୁଖ୍ୟ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ ପାକିସ୍ତାନକୁ କଡ଼ା ଜବାବ ଦେଇ କହିଥିଲେ ଯେ ଯେଉଁ ଦେଶ ନିଜେ କଟ୍ଟରପନ୍ଥୀ, ଆତଙ୍କବାଦ ଓ ଉଗ୍ରବାଦରେ ଗଭୀର ଭାବେ ବୁଡ଼ି ରହିଛି, ତା’ର ଅନ୍ୟ କୌଣସି ଦେଶ ଉପରକୁ ଆଙ୍ଗୁଠି ଉଠାଇବାର ନୈତିକ ଅଧିକାର ନାହିଁ । ପାକିସ୍ତାନ ଦ୍ୱାରା କାଶ୍ମୀର ପ୍ରସଙ୍ଗ ଉଠାଯିବା ପରେ ଭାରତ ଏହାର ଜବାବ ଦେଇଥିଲା ।
ସମ୍ପ୍ରତି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା କଥା ଉଠାଇଛି ଭାରତ । ଭାରତ ‘ଅପରେସନ୍ ସିନ୍ଦୂର’ ଅଧୀନରେ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଶିବିରଗୁଡ଼ିକ ବିରୁଦ୍ଧରେ ନିଆଯାଇଥିବା ସଠିକ୍ କାର୍ଯ୍ୟାନୁଷ୍ଠାନ ବିଷୟରେ ସୂଚନା ଦେଇଥିଲା । ପାକିସ୍ତାନକୁ ଉଚିତ ଜବାବ ଦେଇ ଭାରତ କହିଛି, ‘ପାକିସ୍ତାନ ଉଗ୍ରବାଦ ଏବଂ ଆତଙ୍କବାଦରେ ବୁଡ଼ି ରହିଛି ।’