ଭିକାରୀଙ୍କୁ ବିମାନରୁ ଓହ୍ଲାଇଦେଲା ପାକିସ୍ତାନ

0

ନୂଆଦିଲ୍ଲୀ(ଆମ ଟିଭି): ସବୁବେଳେ କିଛି ନା କିଛି ପ୍ରସଙ୍ଗକୁ ନେଇ ଚର୍ଚ୍ଚାରେ ରହିଛି ପାକିସ୍ତାନ । ଏଥର ପୁଣି ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛି । ତାହା ହେଉଛି, ଭିକାରୀଙ୍କୁ ବିମାନରୁ ଓହ୍ଲାଇଲା ପାକିସ୍ତାନ । ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଆରବ ଯାଉଥିବାବେଳେ, ତାଙ୍କୁ ବିମାନ ବନ୍ଦରରେ ଅଟକାଇ ବିମାନରୁ ଓହ୍ଲାଇଛି ପାକିସ୍ତାନ ।

ମିଳିଥିବା ସୂଚନା ମୁତାବକ, ପାକିସ୍ତାନରୁ ସାଉଦି ଆରବ ଯାଉଥିବା ଏକ ବିମାନରେ ୧୬ ଜଣ ଭିକାରୀ ତୀର୍ଥଯାତ୍ରୀ ବେଶରେ ଯାତ୍ରା କରୁଥିଲେ । ସେମାନେ ସାଉଦି ଆରବରେ ଭିକ ମାଗିବାକୁ ପାକିସ୍ତାନରୁ ଯାଉଥିଲେ । ହେଲେ ସେହି ସମୟର ପାକିସ୍ତାନର ଯାଞ୍ଚ ଏଜେନ୍ସି ଏଫଆଇଏ ତାଙ୍କୁ ମୁଲତାନ ଏୟାରପୋର୍ଟରେ ଅଟକାଇ ତାଙ୍କୁ ବିମାନରୁ ଓହ୍ଲାଇଛି ।

ଏହି ୧୬ ଜଣ ଭିକାରୀଙ୍କ ଭିତରେ ୧୧ ଜଣ ମହିଳା ଥିବାବେଳେ, ୪ ଜଣ ପୁରୁଷ ଏବଂ ଜଣେ ଛୋଟ ପିଲା ସାମିଲ ଅଛନ୍ତି । ଇମିଗ୍ରେସନ୍ ପ୍ରୋସେସ୍ ସମୟରେ ଏଫଆଇଏ ଅଧିକାରୀ ତାଙ୍କ ଉପରେ ସନ୍ଦେହ କରି ଏହି କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ।

 

Leave A Reply

Your email address will not be published.