ପାକିସ୍ତାନ ଟ୍ରେନ ଅପହରଣ: ପାକିସ୍ତାନୀ ସେନାକୁ ବଡ଼ ସଫଳତା, ମୁକୁଳିଲେ ୧୫୫ ପଣବନ୍ଦୀ, ୨୭ ଜଣ ଅପହର୍ତ୍ତାଙ୍କ ମୃତ୍ୟୁ

0

(ଆମ ଟିଭି): ପାକିସ୍ତାନରେ ଟ୍ରେନ ହାଇଜ୍ୟାକ ମାମଲାରେ ପାକିସ୍ତାନୀ ସେନା ବଡ଼ ସଫଳତା ମିଳିଛି । ବାଲୁଚ ବିଛିନ୍ନତାବାଦୀଙ୍କ କବଳରୁ ମୁକୁଳିଲେ ୧୫୫ ପଣବନ୍ଦୀ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏବେବି ପାଖାପାଖି ୧୦୦ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଛି ବାଲୁଚ ଲିବରେସନ ଆର୍ମି । ପାକିସ୍ତାନରେ ପାସେଞ୍ଜର ଟ୍ରେନକୁ ହାଇଜ୍ୟାକ କରି ଯାତ୍ରୀଙ୍କୁ ମୁଣ୍ଡ ଜାମିନ ରଖିଛି ବାଲୁଚ ଲିବରେସନ ଆର୍ମୀ । ବେଲୁଚିସ୍ତାନ ପ୍ରଦେଶରେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଟ୍ରେନକୁ ଗତକାଲି ଅପହରଣ କରି ନେଇଥିଲେ ବିଚ୍ଛିନ୍ନତାବାଦୀ । ବେଲୁଚିସ୍ତାନର କ୍ବେଟାରୁ ପେଶାୱାର ଯାଉଥିଲା ଜାଫର ଏକ୍ସପ୍ରେସ । ୯ଟି ବଗିରେ ଥିଲେ ୪୦୦ରୁ ଅଧିକ ଯାତ୍ରୀ । ଟ୍ରେନ ଉପରେ ଗୁଳିମାଡ଼ କରି ନିଜ କବଜାକୁ ନେଇଥିଲା ବିଏଲଏ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏଥିରେ ୧୧ ଜଣ ଶିଶୁ ରହିଛନ୍ତି ।

ପାକିସ୍ତାନ ସେନା ପହଞ୍ଚି କାଉଣ୍ଟର ଅପରେସନ ଆରମ୍ଭ କରିଥିଲା । ରାତି ତମାମ ଚାଲିଥିଲା ଲଢ଼େଇ । ସମସ୍ତ ବନ୍ଧକକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଉଭୟ ଆକାଶ ଓ ସ୍ଥଳଭାଗରୁ ଅପରେସନ ଆରମ୍ଭ କରିଛନ୍ତି । ଏଥିରେ ହେଲିକପ୍ଟର ଓ ଡ୍ରେନର ବ୍ୟବହାର କରାଯାଉଛି ।  ବିଛିନ୍ନତାବାଦୀଙ୍କ ଗୁଳିମାଡ଼ରେ ପାକିସ୍ତାନ ସେନାର ୩୦ ଜଣ ଯବାନଙ୍କ ମୃତ୍ୟୁ ଘଟିଛି । ଗୁଳି ମାଡ଼ରେ ୨୭ ଜଣ ଅପହର୍ତ୍ତାଙ୍କ ମୃତ୍ୟୁ ହୋଇଛି । ପଣବନ୍ଦୀଙ୍କ ବଦଳରେ ରାଜନୈତିକ ବନ୍ଦୀଙ୍କ ମୁକ୍ତି ସହ ପାକିସ୍ତାନ ସେନା ଅପହରଣ କରିଥିବା ନିଖୋଜ ବ୍ୟକ୍ତିଙ୍କ ମୁକ୍ତି ଦାବି କରିଛି ବାଲୁଚ ଲିବରେସନ୍ ଆର୍ମି । ଦୀର୍ଘ ଦିନ ଧରି ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆସୁଛି ବଲୋଚ୍ ଆର୍ମି । ଏହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ କରୁଛି । ଏବେ ସମ୍ପୂର୍ଣ୍ଣ ଟ୍ରେନ୍ ଅପହରଣ କରି ନେଇଛି ବଲୋଚ୍ ଆର୍ମି, ବିଏଲଏ ।

Leave A Reply

Your email address will not be published.