ପାକିସ୍ତାନରେ ଚରମ ସୀମାରେ ଆର୍ଥିକ ସଙ୍କଟ: ୧୦,୦୦୦ ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

0

ଇସଲାମାବାଦ(ଆମ ଟିଭି): ଶ୍ରୀଲଙ୍କା ରାସ୍ତାରେ ଯାଉଛି ପାକିସ୍ତାନ । ପାକିସ୍ତାନରେ ଆର୍ଥୀକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ଏଠାରେ ରନ୍ଧନ ଗ୍ୟାସ କିଣିବା ସାଧାରଣ ଲୋକଙ୍କ ପାଇଁ କାଠିକର ପାଠ ହୋଇଛି । ଅଧିକାଂଶ ଲୋକ ଗ୍ୟାସ ବ୍ୟବହାର କରିପାରୁନାହାଁନ୍ତି । ସିଲିଣ୍ଡର ପିଛା ୧୦,୦୦୦ ଟଙ୍କାରେ ବିକ୍ରି ହେଉଛି । ଲୋକେ ପ୍ଲାଷ୍ଟିକ୍ ବ୍ୟାଗରେ ଗ୍ୟାସ ଭରି କରି ନେଉଥିବା ଦେଖିବାକୁ ମିଳୁଛି ।

ଚୀନଠାରୁ କରଜ ନେଇ ଦେବାଳିଆ ହୋଇପଡିଛି ପାକିସ୍ତାନ । ଏହାସହ ପାକିସ୍ତାନ ଉପରେ ଋଣ ବୋଝ ଦିନକୁ ଦିନ ବଢି ୪୩ ଲକ୍ଷ କୋଟିରେ ପହଞ୍ଚିଲାଣି । ବିଶେଷ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ସମୟରେ ଦେଶ ସର୍ବାଧିକ ଋଣ କରିଥିବା ଜଣାପଡିଛି ।

ନିକଟରେ ପାକିସ୍ତାନର ଋଣ ବୋଝକୁ ହାଲକା କରିବାକୁ ଏଠିକାର ସରକାର ଅନେକ କଟକଣା ଓ ଚରମ ପଦକ୍ଷେପ ନେଇଛନ୍ତି । ଆମେରିକାରେ ଥିବା ଦୂତାବାସକୁ ବିକ୍ରି କରିବା ସହ ଏବେ ଦେଶରେ ସବୁ ମଲ ଓ ମାର୍କେଟକୁ ରାତି ସାଢେ ୮ଟା ସୁଦ୍ଧା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦେଶର ଶକ୍ତି ସଙ୍କଟକୁ ସାମ୍ନା କରାଯାଇପାରିବ ବୋଲି ପାକିସ୍ତାନର ଶକ୍ତିମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.