ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ; ତାତି ଛୁଇଁଲା ୪୫.୨ ଡିଗ୍ରୀ

0

ଭୁବନେଶ୍ୱର (ଆମ ଟିଭି):  ବୌଦ୍ଧରେ ଶିଖର ଛୁଇଁଲା ତାତି, ପୂର୍ବାନୁମାନ ଅନୁଯାୟୀ ବୌଦ୍ଧରେ ୪୫ ଡ଼ିଗ୍ରୀ ଅତିକ୍ରମ କରିଥିବା ସୂଚନା ଦେଲା ପାଣିପାଗ ବିଭାଗ । ଆଜି ବୌଦ୍ଧରେ ୪୫.୨ଡିଗ୍ରୀ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ମଧ୍ୟ ବୌଦ୍ଧ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିଲା । ଗତକାଲି ୪୪.୩ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଏପଟେ କ୍ରମାଗତ ଭାବେ ୭ ଦିନ ହେବ ଗ୍ରୀଷ୍ମ ଲହରି ରାଜ୍ୟରେ ଜାରି ରହିଥିବା ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ ଆଶ୍ୱସ୍ତି । ଆସନ୍ତାକାଲି ଠାରୁ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଯାହାରା ପ୍ରଭାବରେ ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.