ଭୁବନେଶ୍ୱର (ଆମ ଟିଭି): ଆଗୁଆ ନୁହେଁ, ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ୫ ବର୍ଷ କାର୍ଯ୍ୟକାଳ ସରିଲେ ହେବ ପଞ୍ଚାୟତ ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ । ପାଞ୍ଚ ଵର୍ଷ କାର୍ଯ୍ୟକାଳ ସରିଲେ ପଞ୍ଚାୟତ ନିର୍ବାଚନ ହେବ ବୋଲି ସ୍ପଷ୍ଟ କରିଛନ୍ତି ମଧୁସୂଦନ ପାଢ଼ୀ ।
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସବ ଡିଭିଜନ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୦ ଦିନ ଭିତରେ ଜିଲ୍ଲାପାଳଙ୍କ ସହ ବୈଠକ ହୋଇଛି । ବୁଥ, ବାଲଟ ବକ୍ସ ସହ ଯାହା ଯାହା ଆବଶ୍ୟକ କାମ ଆରମ୍ଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାଞ୍ଚୟତ ନିର୍ବାଚନକୁ ଅଳ୍ପ ସମୟ ଥିବାରୁ ଉପ ନିର୍ବାଚନ ପାଇଁ ନିଷ୍ପତ୍ତି ହୋଇନଥିବା ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।