ପାଣ୍ଡିଆନଙ୍କୁ ବିଜେଡିକୁ ସ୍ବାଗତ ବିଜେଡିର ବରିଷ୍ଠ ନେତା

0

ସବୁ ଚର୍ଚ୍ଚାର ବଡିଲା ପୂର୍ଣ୍ଣଛେଦ  ବିଜେଡିରେ ଆଜି ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ । ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।

ତେବେ ଭିକେ ପାଣ୍ଡିଆନଙ୍କ ବିଜେଡିରେ ସାମିଲ ହେବା ନେଇ ଦଳୀୟ ନେତା, ମନ୍ତ୍ରୀ ବେଶ୍ ଆଶାୟୀ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ଥିବାବେଳେ ଯେଉଁଭଳି ଭାବେ ସେ ବିଭିନ୍ନ ଜିଲ୍ଲାକୁ ଯାଇ ଲୋକଙ୍କର ସୁବିଧା ଅସୁବିଧା କଥା ବୁଝିଛନ୍ତି ଏବେ ଦଳରେ ସାମିଲ ହେବା ପରେ ଦଳ ତଥା ରାଜ୍ୟର ବିକାଶ ପାଇଁ ତାଙ୍କର ସେହି ନିଷ୍ଠା ବଳବତ୍ତର ରହିବ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ବେଶ୍ ଲାଭଦାୟୀ ହେବ ବୋଲି କହିଛନ୍ତି ସାଂସଦ ପିନାକୀ ମିଶ୍ର । ସେହିଭଳି ତାଙ୍କର କାର୍ଯ୍ୟଦକ୍ଷତାକୁ ବଖାଣିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।

Leave A Reply

Your email address will not be published.