ଓଡ଼ିଶାରେ ଆରମ୍ଭ ହେବ ପାରା ସୁଇମିଂ ଚାମ୍ପିଅନସିପ୍‌ ପ୍ରତିଯୋଗିତା,ଜାଣନ୍ତୁ କେବେଠୁ

0

ଭୁବନେଶ୍ୱର: ପାରା ସ୍ପୋର୍ଟ୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା, ରାଜ୍ୟ କ୍ରୀଡ଼ା ବିଭାଗ ଓ ଓଡ଼ିଶା ସନ୍ତରଣ ସଂଘର ମିଳିତ ଆନୁକୂଲ୍ୟରେ ଆସନ୍ତା ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ରାଜ୍ୟସ୍ତରୀୟ ଓଡ଼ିଶା ପାରା ସୁଇମିଂ ଚାମ୍ପିଅନସିପ୍‌ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆୟୋଜିତ ହେବ । ଏଥିରେ ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ଖେଳାଳି (ଶାରୀରିକ ଭିନ୍ନକ୍ଷମ, ଦୃଷ୍ଟିବାଧିତ ଭିନ୍ନକ୍ଷମ, ମାନସିକ ଅନଗ୍ରସରତା) ଭିନ୍ନକ୍ଷମ ମାନକର ବିଭିନ୍ନ ବିଭାଗରେ ପ୍ରତିଯୋଗିତା ହେବ । ଯେଉଁ ସନ୍ତରକମାନେ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ଅତିକ୍ରମ କରିବେ, ସେମାନେ ସିଧାସଳଖ ଆଗାମୀ ଜାତୀୟ ପାରା ସୁଇମିଂ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବେ ।

ଆସନ୍ତା ୨୭ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରତିଯୋଗୀମାନେ ଫର୍ମ ପଠାଇବାକୁ ରାଜ୍ୟ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ପ୍ରତିଯୋଗୀମାନେ ଅଧିକ ସୂଚନା ପାଇଁ ଏହି ମୋବାଇଲ୍‌ ନମ୍ବର-୯୮୬୧୦୦୯୩୯୬ ରେ କିମ୍ବା paralympicodisha@gmail.com ରେ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.