ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା: ଚର୍ଚ୍ଚିତ ମିଶ୍ରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

0

ଭୁବନେଶ୍ବର(ଆମ ଟିଭି): ପାରାଦୀପ ବନ୍ଦରରେ ଘରୋଇ ସଂସ୍ଥାକୁ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡର ନିର୍ଦ୍ଦେଶକ ତଥା ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ମଙ୍ଗଳବାର ଜାମିନ ମିଳିଛି।  ସ୍ୱତନ୍ତ୍ର ସିବିଆଇ କୋର୍ଟ ଚର୍ଚ୍ଚିତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସର୍ତ୍ତମୂଳକ ଜାମିନ ପ୍ରଦାନ କରିବା ସହିତ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ସିବିଆଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଚର୍ଚ୍ଚିତ ମିଶ୍ରଙ୍କ ଜାମିନ ଆବେଦନ ପୂର୍ବରୁ ଦୁଇ ଥର ଖାରଜ ହୋଇଥିଲା। ଗତମାସ ୬ ତାରିଖରେ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିଲେ।

ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଚର୍ଚ୍ଚିତଙ୍କ ସମେତ ୫ ଜଣ ଗିରଫ ହୋଇଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ମଧ୍ୟ ଅଛନ୍ତି। ସିବିଆଇ ଚଢ଼ଉ ସମୟରେ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ପାରାଦୀପ ପୋର୍ଟରେ ଠିକା ପାଇବା ଲାଗି ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

Leave A Reply

Your email address will not be published.