୨୫% ମାଗଣା ସିଟରେ ଆଡ଼ମିସନ ନକରିବାରୁ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା 

0

ଭୁବନେଶ୍ୱର(ଆମ ଟିଭି): ଶିକ୍ଷା ଅଧିକାର ଆଇନ ଅନୁଯାଇ ସବୁ ପ୍ରାଇଭେଟ ସ୍କୁଲ ରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କ ନିମନ୍ତେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପlଠ ପଢ଼ିବାର ବ୍ୟବସ୍ଥା ରହିଛି l ସେହି ଆଇନ ଅନୁଯାଇ ଏବର୍ଷ 18 ଜଣ ପିଲାଙ୍କୁ କଳିଙ୍ଗବିହାରସ୍ଥ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲରେ ଏହି ସ୍କିମରେ ଆଡ଼ମିସନ ପାଇଁ ଗଣଶିକ୍ଷା ବିଭାଗ ଯୋଗ୍ୟ ବିବେଚିତ କରି ଚିଠି କରିଛି l ହେଲେ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ସେହି ପିଲାଙ୍କୁ ଆଡ଼ମିସନ କରିବାକୁ ମନା କରୁଛି l ସ୍କୁଲ କର୍ତ୍ତୃପକ୍ଷ ଆମର ମିସିନାରୀ ସ୍କୁଲ ଆମେ ସଂଖ୍ୟାଲଘୁ ଆଇନ ଆଧାରରେ ଯାଉଛୁ ତେଣୁ ଆଡ଼ମିସନ କରିବୁନି ବୋଲି ଅଭିଭାବକ ମାନଙ୍କୁ ଧମାକାଇବା ସହ ଗେଟ ବାହାରକୁ ଯାଅ କହି ସ୍କୁଲର କିଛି ପୁରୁଷ କର୍ମଚାରୀ ମହିଳା ଅଭିଭାବକଙ୍କୁ ଦୁର୍ବ୍ୟବହାର କରି ଚାରି ଦିନ ତଳେ ଫେରାଇ ଦେଇଥିଲେ ଓ଼ ଅଭିଭାବକ ମାନଙ୍କ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷ ତମlଣ୍ଡ ଥାନାରେ ମିଛ ଅଭିଯୋଗ କରିଥିଲେ l

ତମଣ୍ଡୋ ଥାନା ଅଧିକାରୀ ଏହି ଘଟଣାରେ ତଦନ୍ତ କରିବାରେ ଅଭିଭାବକ ମାନେ ଆଡ଼ମିସନ କରିବାକୁ ଜିଦ କରିପ୍ରତିବାଦ କରିବାରୁ ସ୍କୁଲ ସହ ଯୁକ୍ତିତର୍କ ହୋଇଥିଲା ତେଣୁ ପ୍ରିନ୍ସିପାଲଙ୍କୁ ଡାକି ଆଲୋଚନା ପାଇଁ କହିଥିଲେ l ହେଲେ ପ୍ରିନସିପାଲ ଆଉ ସେଦିନ ଥାନାକୁ ଆସିଲେନି l ତା ପରଦିନ ସ୍କୁଲ ପ୍ରିନସିପାଲ ଆସିଲେ ହେଲେ ସ୍କୁଲର ମଇନରୀଟି ସାର୍ଟିଫିକେଟ ମାଗିବାରୁ ଆମେ ଆବେଦନ କରିଛୁ ବୋଲି କହିଥିଲେ l ଯେହେତୁ ସ୍କୁଲ ଏପର୍ଯ୍ୟନ୍ତ ମଇନାରୀଟି ସାର୍ଟିଫିକେଟ ପାଇନି ତେଣୁ ସ୍କୁଲ ସ୍ୱୀକୃତି ନିୟମ ଅନୁଯାଇ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପଠା ପଢାଇବାକୁ ସ୍କୁଲ ବାଧ୍ୟ l

ପୂର୍ବରୁ ବି ଇ ଓ଼, ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବେ ନିର୍ଦେଶ ମାନି ଆଡ଼ମିସନ କରିବାକୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି l ଗତକାଲି ସନ୍ଧ୍ୟାରେ ଅଭିଭାବକ ମହାସଂଘର ମଧ୍ୟ ବିଭିନ୍ନ ସମସ୍ୟା ନେଇ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତଙ୍କ ସହିତ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା l ଆଲୋଚନାରେ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ଆବାହିକା କଳ୍ପନା ସାହୁ, ପ୍ରାଥମିକ ଶିକ୍ଷା ନିର୍ଦେଶକ ସଂଗ୍ରାମ ମହାପାତ୍ର, ଅତିରିକ୍ତ ସଚିବ ଦୁର୍ଗା ମହାପାତ୍ର, ଯଦୁମଣି ମହଲା ଉପସ୍ଥିତ ଥିଲେ l ଆଲୋଚନା ବେଳେ ଏହି ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା l

ସଚିବ ତୁରନ୍ତ ସ୍କୁଲକୁ ଆଡ଼ମିସନ ପାଇଁ ତାଗିଦ ସହ ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ପାଇଁ କହିଥିଲେ l ଆଜି ସକାଳେ ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲକୁ ମହାସଂଘ କର୍ମକର୍ତ୍ତା, ଆଡ଼ମିସନ ପାଇଁ ଯୋଗ୍ୟ ଅଭିଭାବକଙ୍କ ସହ ସ୍ଥାନୀୟ ଶହେରୁ ଉର୍ଦ୍ଧ ଅଭିଭାବକ ଆଡ଼ମିସନ ପାଇଁ ଯାଇଥିଲେ l ହେଲେ ସ୍କୁଲ କର୍ତ୍ତୃପକ୍ଷ ଗେଟ ଆଗରେ ସ୍କୁଲ ବନ୍ଦ ଅଛି ବୋଲି ଲେଖି ଦେଇ ଲୁଚିଥିଲେ l ତେଣୁ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ସାଧାରଣ ସମ୍ପାଦକ ଅଶୋକ ପାଇକରାୟ, ହୁଙ୍କାର ଓଡ଼ିଆର ଶିଶିର କୁମାର ମହାନ୍ତି, ମହିଳା କଲ୍ୟାଣ ସଭାପତି ପଦ୍ମିନୀ ପରିଡା, ବାବା ପ୍ରସାଦ ଜେନା ଙ୍କ ସମେତ ଶତାଧିକ ଅଭିଭାବକ ମାନେ ସ୍କୁଲ ଆଗରେ ଧାରଣା ରେ ବସି ରହିଥିଲେ l

ପ୍ରାୟ 11 ଟା ବେଳକୁ ପ୍ରଥମେ ପି ସି ଆର ଭ୍ୟାନ ଓ଼ ପରବର୍ତୀ ସମୟରେ ତମlଣ୍ଡୋ ଆଇ ଆଇ ସି ଘଟଣା ସ୍ଥଳକୁ ଆସିଥିଲେ l ମହାସଂଘ ଓ଼ ଅଭିଭାବକ ମାନେ ଆଲୋଚନା ପାଇଁ ସ୍କୁଲ ପ୍ରିନ୍ସିପାଲଙ୍କୁ ଡାକିବାକୁ କହିଥିଲେ l ଆଇ ଆଇ ସି ଫୋନ କରିବାରୁ ପ୍ରିନସିପାଲ ଦେହ ଅସୁସ୍ଥ ଅଛି କହି ଲୁଚି ଥିଲେ l ପରେ ଆଇ ଆଇ ସି ସ୍କୁଲ କର୍ତ୍ତୃପକ୍ଷ ଙ୍କ ସହିତ କଥା ହୋଇ ଆସନ୍ତା ଦୁଇ ଦିନ ଭିତରେ ସ୍କୁଲ କର୍ତ୍ତୃପକ୍ଷ ଓ଼ ମହାସଂଘର ଅଭିଭାବକଙ୍କ ଉପସ୍ଥିତରେ ଆଲୋଚନା ପାଇଁ ସ୍ଥିରୀକୃତ ହେଵା ପରେ ଆଜିର ଧାରଣା ସ୍ଥଗିତ ରହିଛି l ଯଦି ଦୁଇଦିନ ଭିତରେ ଅର୍ଣ୍ଣଲଡ଼ ସ୍କୁଲ ଆର ଟି ଇ ପାରଦର୍ଶୀ ପୋର୍ଟାଲ ରେ ଯୋଗ୍ୟ ବିବେଚିତ ପିଲାଙ୍କୁ ଆଡ଼ମିସନ ନକରେ ତେବେ ଆଗକୁ ଜୋରଦାର ବିରୋଧ ପ୍ରଦର୍ଶନ ସହ କଠୋର ପଦକ୍ଷେପ ନିଆଯିବ ବୋଲି ମହାସଂଘ କହିଛି l

Leave A Reply

Your email address will not be published.