ଶିଶୁ ନ୍ୟାୟର ପ୍ରଶ୍ନ ଉଠାଇବ “ପରୀ” : ଜାନୁୟାରୀ ୩୦ରେ ଶୁଭମୁକ୍ତି

0

ପରୀ” ହେଉଛି ଏକ ନିରୀହ, କୋମଳ ଶିଶୁ କନ୍ୟାର ମାନବିକ ଓ ହୃଦୟସ୍ପର୍ଶୀ କାହାଣୀ। ବାପାମାଆଙ୍କ ଅନେକ ସ୍ୱପ୍ନ ଓ ଆଶା ନେଇ ବଢ଼ୁଥିବା ପରୀ, କିଛି ଯୌନ ରାକ୍ଷସଙ୍କ ଅମାନବିକ ଅତ୍ୟାଚାରରେ ଅକାଳରେ ଝରିପଡ଼େ। ପଇସା, ପ୍ରତିଷ୍ଠା ଓ ରାଜନୀତିର ଚାପରେ ନ୍ୟାୟ ପାଇଁ ସଂଘର୍ଷ କରୁଥିବା ଅସହାୟ ବାପାମାଆଙ୍କ ଯନ୍ତ୍ରଣା ଓ ପ୍ରଶ୍ନ—ପରିଶେଷରେ ପରୀ କ’ଣ ନ୍ୟାୟ ପାଇବ?—ଏହି ପ୍ରଶ୍ନକୁ କେନ୍ଦ୍ର କରି ଗଢ଼ିଉଠିଛି ଏହି ଚଳଚ୍ଚିତ୍ର।ସମାଜକୁ ନଡ଼ାଇଦେବା ଭଳି ଏହି ସତ୍ୟ କାହାଣୀ ଆଧାରିତ ଚଳଚ୍ଚିତ୍ର “ପରୀ” କେବଳ ଏକ ସିନେମା ନୁହେଁ, ବରଂ ଶିଶୁ ସୁରକ୍ଷା ଓ ନ୍ୟାୟ ପାଇଁ ଏକ ସଶକ୍ତ ସନ୍ଦେଶ। ଏହି ସାମାଜିକ ସତ୍ୟକୁ ଆଧାର କରି ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର “ପରୀ” ଆସନ୍ତା ଜାନୁୟାରୀ ୩୦ ତାରିଖରେ ସମସ୍ତ ସିନେମା ହଲରେ ଶୁଭମୁକ୍ତି ପାଇବ।

ଏହି ଚଳଚ୍ଚିତ୍ରର କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି। ସହ-ନିର୍ମାତା ଭାବେ ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ।ସଂଳାପ ରଚନା କରିଛନ୍ତି ଡଃ. ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ପ୍ରମୋଦ ପରିଡାଙ୍କ ରଚିତ ଗୀତଗୁଡ଼ିକୁ ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ ନାୟକ, ରୁକୁ ସୁନା ଓ ଡଃ. ରୋହନ ବିଶ୍ୱାଳ କଣ୍ଠଦାନ କରିଛନ୍ତି।

ଧ୍ରୁବନନ୍ଦ ପଣ୍ଡା (ଲିଟୁ) ଡିଓପି ଭାବେ ଦାୟିତ୍ୱ ନିଭାଇଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ଚିତ୍ରନାଟ୍ୟ ସହିତ ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି କୁମାର ସାହୁ। ନୃତ୍ୟ ନିର୍ଦ୍ଦେଶନାରେ ଏସ୍.କେ. ମୁରଲୀଧରନ ଓ ଅମିତ ନାୟକ ରହିଛନ୍ତି। ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରିଏଟିଭ୍ ହେଡ଼ ପ୍ରଣୟ ଜେଠୀ ନିୟୋଜିତ।

ଏହି ଚଳଚ୍ଚିତ୍ରରେ ଜ୍ୟୋତି, ଅନୁରାଧା ପାଣିଗ୍ରାହୀ, ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ପପି ସାନ୍ତୁକା ସହ ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହା ଗୁରୁତ୍ୱପୂର୍ଣ୍ଣ ଅଭିନୟ କରିଛନ୍ତି।

ପରୀ ଚଳଚ୍ଚିତ୍ରକୁ ନେଇ ଅଭିନେତା ନୀଳମଣି ସାହୁ କୁହନ୍ତି ନ୍ୟାୟ ପାଇଁ ଲଢ଼ୁଥିବା ଏକ କୋମଳ ସ୍ୱପ୍ନ ହେଉଛି ଚଳଚ୍ଚିତ୍ର “ପରୀ” ।ଯାହା ଆସନ୍ତାକାଲି ମୁକ୍ତିଲାଭ କରିବାକୁ ଯାଉଛି ।ନିକଟସ୍ଥ ପେକ୍ଷାଳୟକୁ ଆସନ୍ତୁ ସିନେମା ଦେଖନ୍ତୁ ଏବଂ ଓଡ଼ିଆ ସିନେମାକୁ ଆଗକୁ ନିଅନ୍ତୁ

Leave A Reply

Your email address will not be published.