ପାର୍ଥ ଚାଟାର୍ଜୀଙ୍କ ଲିଙ୍କ୍: ୧୦୦ କୋଟିରୁ ଅଧିକ ଅର୍ଥ ଜବତ କଲାଣି ଇଡି

0

କୋଲକାତା (ଆମ ଟିଭି): ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପିଛା ଛାଡ଼ୁନି ଇଡି ଓ ସିବିଆଇ । କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ବିରୋଧରେ ପଶ୍ଚିମବଙ୍ଗ ବିଧାନସଭା ଗୋଟିଏ ସଂକଳ୍ପ ପାରିତ କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସାଂଘାତିକ ତଥ୍ୟ ଦେଇଛି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଫସି ଗିରଫ ହୋଇଥିବା ପୂର୍ବତନ ବେଙ୍ଗଲ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଲିଙ୍କ ଥିବା ପ୍ରାୟ ୧୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଇତି ମଧ୍ୟରେ ଜବତ କରାଯାଇ ସାରିଥିବା ଇଡି କହିଛି।

ଏହା ମଧ୍ୟରେ ନଗଦ ଟଙ୍କାର ମୂଲ୍ୟ ୫୦ କୋଟି। ଏହି ନଗଦ ଟଙ୍କା ପାର୍ଥଙ୍କ ଘନିଷ୍ଠ ତଥା ଅଭିନେତ୍ରୀ ଅର୍ପିତା ଚାଟାର୍ଜୀଙ୍କ ବାସଭବନରୁ ଜବତ କରାଯାଥିଲା ବୋଲି ଇଡି ତା’ର ଚାର୍ଜଶିଟରେ ଉଲ୍ଲେଖ କରିଛି। ଶିକ୍ଷକ ନିଯୁକ୍ତିରେ ହୋଇଥିବା ଦୁର୍ନୀତି ଘଟଣାରେ ଇଡି ସୋମବାର ତା’ର ପ୍ରଥମ ଚାର୍ଜଶିଟ କୋର୍ଟରେ ଦାଖଲ କରିଛି। ସୋମବାର ପଶ୍ଚିମବଙ୍ଗ ବିଧାନସଭାରେ କେନ୍ଦ୍ରୀୟ ଏଜେନ୍ସି ବିରୋଧରେ ଗୋଟିଏ ସଂକଳ୍ପ ପାରିତ ହୋଇଥିବା ବେଳେ ସେହିଦିନ ହିଁ ଇଡି ଚାର୍ଜଶିଟ ଦାଖଲ କରିଛି। ଚାର୍ଜଶିଟରେ ପାର୍ଥ, ଅର୍ପିତା ଓ ୬ଟି କମ୍ପାନୀକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

Leave A Reply

Your email address will not be published.