ସୁସ୍ଥ ଅଛନ୍ତି ପାର୍ଥ ଚାଟାର୍ଜୀ, କହିଲା ଭୁବନେଶ୍ବର AIIMS

0

ଭୁବନେଶ୍ୱର(ଆମ ଟିଭି): ସୁସ୍ଥ ଅଛନ୍ତି ପାର୍ଥ ଚାଟାର୍ଜୀ, କହିଲା ଭୁବନେଶ୍ବର AIIMS। ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ କହିଛନ୍ତି ପାର୍ଥଙ୍କ କ୍ଷେତ୍ରରେ ସବିଶେଷ ପରୀକ୍ଷାନିରୀକ୍ଷା କରାଯାଇଥିଲା । ମାତ୍ର ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ନଥିଲା ଜଣାପଡିଛି । ଗତକାଲି କଲିକତା ହାଇକୋର୍ଟ ପାର୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବା ଲାଗି ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇଥିଲା । ତେଣେ ଭିସି ଜରିଆରେ ହୋଇଥିବା ଶୁଣାଣିରେ ପାର୍ଥ ହାଜର ହୋଇଥିବା ଜଣାଯାଇଛି ।

ସେପଟେ ପାର୍ଥ ମାମଲାରେ ମୁହଁ ଖୋଲିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । କହିଛନ୍ତି ଦୁର୍ନୀତି ଓ ଅନୀତିକୁ ସେ ସମର୍ଥନ କରିବେ ନାହିଁ । ଦୁର୍ନୀତି ମାମଲାରେ ଯଦି ପାର୍ଥଙ୍କୁ ଆଜୀବନ କାରାଦଣ୍ଡ ମିଳେ ତେବେ ତାଙ୍କର କରିଛି କହିବାର ନାହିଁ ବୋଲି କହିଛନ୍ତି ମମତା । ବିଭିନ୍ନ ସଂସ୍ଥା ଜରିଆରେ ବିଜେପି ଯଦି ଟିଏମସି ଭାଙ୍ଗିବା ଲାଗି ଚେଷ୍ଟା କରୁଥାଏ ତେବେ ତାହା ଭୁଲ୍ ବୋଲି ସେ କହିଛନ୍ତି ।

ଗତ ଶନିବାର ପାର୍ଥଙ୍କ ସହଯୋଗୀ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ଜବତ ହେବା ପରେ ପରେ ପାର୍ଥଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବା ପରେ ପାର୍ଥ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୩ ଥର ଫୋନ କରିଥିଲେ । ମାତ୍ର ଏହାକୁ ମମତା ଗ୍ରହଣ କରି ନଥିବା କୁହାଯାଇଛି । ସେପଟେ ଜେରା ବେଳେ ଗିରଫ ଅର୍ପିତା କରିଛନ୍ତି ଟଙ୍କାର ଖୁଲାସା । ସେ କହିଛନ୍ତି- ଏକ  ପ୍ରତିଷ୍ଠିତ କମ୍ପାନିରେ ଏହି ଟଙ୍କାକୁ ଲଗାଯାଇଥାନ୍ତା ।

Leave A Reply

Your email address will not be published.