ଘାଟିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ: ୫ ମୃତ

0

ମୟୁରଭଞ୍ଜ(ଆମ ଟିଭି): ମୟୁରଭଞ୍ଜ ଦ୍ୱାରଶୁଣି ଘାଟିରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଘାଟିରୁ ଖସିଲା ଯାତ୍ରାପାର୍ଟି ଟ୍ରକ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟି ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏବେ ବି ଟ୍ରକ ତଳେ ଅନେକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

ଦ୍ୱାରଶୁଣି ଘାଟି ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ଖସି ପଡିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ୟ୍ୟକୁ ତ୍ୱରାନିତ୍ୱ କରାଯାଇଛି । ସମସ୍ତ ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକଟି ଘାଟି ତଳକୁ ଖସି ଖଣ୍ଡ ବିଖଣ୍ଡିତ ହୋଇଛି ।

Leave A Reply

Your email address will not be published.