ସୁଭଦ୍ରାକୁ ନେଇ ବଡ଼ ଘୋଷଣା କଲେ ପ୍ରଭାତୀ, ଯେଉଁମାନଙ୍କର ରାଶନ କାର୍ଡ ଓ ଗାଡି ଅଛି…

0

ଭୁବନେଶ୍ୱର (ଆମ ଟିଭି): ସୁଭଦ୍ରାକୁ ନେଇ ବଡ଼ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି, ଦ୍ବିତୀୟ କିସ୍ତିରୁ ୧ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ରାଶନ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। କିଛିଜଣ ପ୍ରଥମ କିସ୍ତି ପାଇଛନ୍ତି, ମାତ୍ର ଆୟ ବୃଦ୍ଧି ଦର୍ଶାଇ ରାଶନ କାର୍ଡ ଫେରାଇଛନ୍ତି।

ପ୍ରଭାତୀ ଆହୁରି କହିଛନ୍ତି ଯେ, କିଏ ଗାଡ଼ି କିଣିଛନ୍ତି ତ କିଏ ୫ ଏକର ଜମି ନ ଥାଇ ଅଧିକ ଧାନ ମଣ୍ଡିରେ ଦେଇଛନ୍ତି। ଏନେଇ ମାର୍ଚ୍ଚ ୩୧ ପରେ ୱାନ ଟୁ ୱାନ ସର୍ଭେ କରାଯିବ। ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ବିତୀୟ କିସ୍ତି ପାଇବେ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଯେଉଁମାନଙ୍କୁ ୨୧ ବର୍ଷ ହେଉଥିବ ସେମାନେ ଆବେଦନ କରିପାରିବେ।

Leave A Reply

Your email address will not be published.