Paytm ଦ୍ଵନ୍ଦ ଦୂର କଲେ କମ୍ପାନୀ CEO: ଜାଣନ୍ତୁ କଣ କହିଲେ

0

ନୂଆଦିଲ୍ଲୀ (ଆମ ଟିଭି): ପେଟିଏମ୍ ପେମେଂଟସ୍ ବ୍ୟାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆରବିଆଇ । ଫେବୃଆରୀ ୨୯ ପରଠାରୁ ପେଟିଏମ୍ ଗ୍ରାହକଙ୍କ ଠାରୁ ଜମା ସଂଗ୍ରହ କରିପାରିବ ନାହିଁ କି ରଣ କାରବାର ମଧ୍ୟ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ପେଟିଏମ ବ୍ୟାଙ୍କରେ ଥିବା ଟଙ୍କାକୁ ମଧ୍ୟ ଉଠାଇ ନେବାକୁ ପରାମର୍ଶ ଦେଇଛି ଆରବିଆଇ । ଏଭଳି କାର୍ଯ୍ୟାନୁଷ୍ଠାନ ପରେ ୟୁଜର୍ସ ମାନଙ୍କ ମଧ୍ୟରେ ଚିନ୍ତା ବଢିଛି । ଆଗକୁ କଣ କରିବେ, କଣ ନାହିଁ; ଏନେଇ ପେଟିଏମ ୟୁଜର୍ସଙ୍କ ମଧ୍ୟରେ ଦ୍ୱନ୍ଦ ଉପୁଜିଛି । ତେବେ ଆପଣ ଯଦି ପେଟିଏମ ବ୍ୟବହାରକାରୀ, ଫେବୃଆରୀ ୨୯ ପରେ କଣ କରିବେ ନଜର ପକାନ୍ତୁ ଏସବୁ ତଥ୍ୟ ଉପରେ-

କଣ କରିବେ, କଣ ନାହିଁ?

• ଫେବ୍ରୃଆରୀ ୨୯ ପରେ ବି ପେଟିଏମ୍ ପେମେଣ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ବ୍ୟବହାରକାରୀ

• ଏହି ଟଙ୍କାକୁ ଅନ୍ୟ ବ୍ୟାଙ୍କରେ ଥିବା ଜମାଖାତା, ପ୍ରିପେଡ୍ କାର୍ଡକୁ ମଧ୍ୟ ଟ୍ରାନ୍ସଫର କରିପାରିବେ

• ପେମେଣ୍ଟ ବ୍ୟାଙ୍କରେ ଥିବା ଟଙ୍କାରୁ ମୋବାଇଲ ରିଚାର୍ଜ ମଧ୍ୟ କରିହେବ

• ପ୍ରଥମରୁ ଜମା ଥିବା ଟଙ୍କା ଉଠାଣ କରିପାରିବେ

• ଫେବ୍ରୃଆରୀ ୨୯ ପରେ ପେମେଣ୍ଟ ବ୍ୟାଙ୍କରେ ଟଙ୍କା ଜମା କରିପାରିବେ ନାହିଁ ବ୍ୟବହାରକାରୀ

• ଆରବିଆଇ ଦେଇଥିବା ସମୟସୀମା ପରେ କାମ କରିବନାହିଁ ପେଟିଏମ୍ ବିଜନେସ୍ଣ୍ଟ ଆକାଉଣ୍ଟ।

Leave A Reply

Your email address will not be published.