ବଢ଼ିଲା ପେଟିଏମ୍ ସମସ୍ୟା

0

ନୂଆଦିଲ୍ଲୀ : ଦିନକୁ ଦିନ ପେଟିଏମର ସମସ୍ୟା ବଢିବାରେ ଲାଗିଛି। ଆରବିଆଇର କାର୍ଯ୍ୟାନୁଷ୍ଠାନ ପରେ, ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ NHAI ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଫାସଟାଗ ବ୍ୟବହାରକାରୀଙ୍କ ପାଇଁ NHAI ଏକ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ଲୋକଙ୍କୁ NHAIରେ ତାଲିକାଭୁକ୍ତ ବ୍ୟାଙ୍କଗୁଡିକରୁ ଫାସଟାଗ କିଣିବାକୁ ଆଗ୍ରହ୍ୟ କରାଯାଇଛି। ଏହି ତାଲିକାରୁ ପେଟିଏମ ବ୍ୟାଙ୍କକୁ ବାଦ୍‌ ଦିଆଯାଇଛି। ଯେଉଁ ଉପଭୋକ୍ତାମାନଙ୍କର ପେଟିଏମ ଫାସଟାଗ ଥିଲା ସେମାନଙ୍କୁ ଏବେ ଏକ ନୂତନ ଫାସଟାଗ କରିବାକୁ ପଡିବ।

ବିଜନେସ୍‌ ଟୁଡେର ରିପୋର୍ଟର କହିବା ଅନୁଯାୟୀ, IHMCL(Indian Highway Management Company Limited) ସୋସିଆଲ ମିଡିଆ ଏକ୍ସରେ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩୨ଟି ବ୍ୟାଙ୍କ ତାଲିକାଭୁକ୍ତ ରହିଛନ୍ତି। ଏଥିରେ ପେଟିଏମ ପେମେଣ୍ଟ ବ୍ୟାଙ୍କ ଅର୍ନ୍ତଭୁକ୍ତ ନାହିଁ। ଟ୍ବିଟ୍‌ କରି IHMCL କହିଛି, ନିମ୍ନଲିଖିତ ଫାସଟାଗରେ ବିନା କୌଣସି ଅସୁବିଧାରେ ଯାତ୍ରା କରନ୍ତୁ।

Leave A Reply

Your email address will not be published.