ସକାଳୁ ଉଠୁ ଉଠୁ ପିଉଛନ୍ତି କ୍ଷୀର ଚା’, ତେବେ ପିଇବା ପୂର୍ବରୁ ଜାଣି ରଖନ୍ତୁ ଏହା କେତେ ହାନିକାରକ

0

ସମସ୍ତେ ଚା’ ପିଇବାକୁ ପସନ୍ଦ କରିଥାନ୍ତି। ଏହା ଭାରତୀୟ ସମାଜର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି, ଯାହାକୁ ଆମେ ଚାହିଁଲେ ବି ନଜର ଅନ୍ଦାଜ କରିପାରିବା ନାହିଁ। ବହୁତ ଲୋକ ଅଫିସରେ ଦିନ ସାରା ଚା’ ପିଇବାରେ ଲାଗିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଚା’ ସେବନ କଲେ ଶରୀରରେ ମହଜୁଦ ଭିଟାମିନ୍ସ ବହୁତ ଜଲଦି ନଷ୍ଟ ହୋଇଯାଇଥାଏ। ଏପରିକି, ସ୍ମରଣ ଶକ୍ତି ମଧ୍ୟ ବହୁତ ଦୁର୍ବଳ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, କ୍ଷୀର ଚା’ ପିଇଲେ କି କ୍ଷତି ହୋଇଥାଏ।

୧. ଚା’ ପିଇଲେ ଭୋକ ମରିଯାଇଥାଏ। ମସ୍ତିଷ୍କ ଶୁଖିବାରେ ଲାଗିଥାଏ ଏବଂ ନିଦ ମଧ୍ୟ ବହୁତ କମ ହୋଇଯାଇଥାଏ।

୨. ଚା’ ପିଇଲେ କ୍ୟାନସର ଭଳି ରୋଗ ହେବାର ସମ୍ଭାବନା ଅଧିକ ବଢ଼ିଯାଇଥାଏ।

୩. ଚା’ ପିଇଲେ ରକ୍ତ ଅପରିଷ୍କାର ହୋଇଯାଇଥାଏ ଏବଂ ଚେହେରାରେ ଲାଲ ଦାଗ ଦେଖାଯାଇଥାଏ।

୪. ଯେଉଁ ଲୋକ ବହୁତ ଚା’ ପିଇଥାନ୍ତି, ସେମାନଙ୍କ ଅନ୍ତବୁଜୁଳା ବହୁତ ଜଲଦି ଖରାପ ହୋଇଯାଇଥାଏ ଏବଂ କବ୍ଜ ଘର କରିଦେଇଥାଏ।

୫. କ୍ଷୀରରେ ତିଆରି ଚା’ ସେବନ କଲେ ଏହା ପାଚନ କ୍ରିୟା ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ। ଯଦି ଆପଣ ଏହା ସହିତ କିଛି ଲୁଣି ଜିନିଷ ଖାଉଛନ୍ତି, ତ ଏହାଠୁ ଖରାପ ଜିନିଷ ଆଉ କିଛି ନାହିଁ। ଏହାଦ୍ୱାରା ତ୍ୱଚା ରୋଗ ମଧ୍ୟ ହୋଇଥାଏ।

୬. ପ୍ରତ୍ୟେକ କପ ଚା’ରେ ଯଦି ଏକ କିମ୍ବା ଅଧିକ ଚାମଚ ଚିନି ନିଆଯାଏ, ତେବେ ଏହା ଶରୀରର ଓଜନକୁ ବଢ଼ାଇ ଦେଇଥାଏ।

୭. ଭୁଲରେ ବି ଅଧିକ ସମୟ ପର୍ଯ୍ୟନ୍ତ ଥର୍ମସରେ ରଖାଯାଇଥିବା ଚା’ ସେବନ କରନ୍ତୁ ନାହିଁ।

୮. ଚା’ ପତିକୁ କମ ସିଝାନ୍ତୁ। ଥରେ ବ୍ୟବହୃତ ପତିକୁ ନିଶ୍ଚୟ ଫିଙ୍ଗି ଦିଅନ୍ତୁ।

Leave A Reply

Your email address will not be published.