ବଜେଟରୁ ଆଶା ରଖିଛନ୍ତି ଜନତା । ଏଥର ଜନତାଙ୍କ ପାଇଁ କ’ଣ ରହିଛି ମୋଦୀଙ୍କ ବଡ ଉପହାର?
ଏଥର ପୂର୍ଣ୍ଣାଙ୍ଗ ବଜେଟରୁ ସାଧାରଣ ଜନତାଙ୍କର ଅନେକ ଆଶା ରହିଛି । ଗରିବ ତଥା ମଧ୍ୟବିତ୍ତ ବର୍ଗଙ୍କ ପାଇଁ ଏଥର ମୋଦୀ ସରକାର କ’ଣ ଉପହାର ରଖିଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ବଜେଟରୁ ବଡ଼ ଆଶା:
– ୨୦୪୭ ସୁଦ୍ଧା ବିକଶିତ ଭାରତର ରୋଡ୍ ମ୍ୟାପ୍
– ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ ପାଇଁ ମାର୍ଗ ପ୍ରଶସ୍ତ କରିବ
– ପିଏମ କିଷାନ ସମ୍ମାନ ନିଧିକୁ ବୃଦ୍ଧି କରାଯାଇପାରେ
– କୃଷି କ୍ଷେତ୍ରର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇପାରେ
– ଗ୍ରାମାଞ୍ଚଳରେ ପିଏମ୍ ଆବାସ ଯୋଜନାକୁ ନେଇ ହୋଇପାରେ ଘୋଷଣା
– ମନରେଗା କାର୍ୟ୍ୟଦିବସ ବଢ଼ାଇବାର ସମ୍ଭାବନା
– ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କ ଉପରେ ଫୋକସ୍
– ନୂଆ ଟିକସ ବ୍ୟବସ୍ଥାରେ ଆୟକର ଛାଡ଼ ସ୍ଲାବକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ
– ଗୃହ ନିର୍ମାଣ ଋଣ ଉପରେ ମଧ୍ୟ ନୂଆ ରିହାତି ମିଳିବାର ସମ୍ଭାବନା
– ଭିତ୍ତିଭୂମି ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇପାରେ
– ଏମଏସଏମଇରେ ବିଶେଷ ଧ୍ୟାନ ଦିଆଯାଇପାରେ
– ଇଭି ବା ଇଲେକ୍ଟିକ ଭେହିକଲ ପାଇଁ ନୂଆ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇପାରେ
ରେଳ ବଜେଟରୁ ଆଶା :
– ରେଳ ଦୁର୍ଘଟଣା ରୋକିବାକୁ ପଦକ୍ଷେପ
– ରେଳ କବଚ ପାଇଁ ଧାର୍ୟ୍ୟ ରାଶିରେ ବୃଦ୍ଧି
– ପ୍ରଥମ ପର୍ୟ୍ୟାୟରେ ୪,୫୦୦ କିଲୋମିଟର ନେଟୱର୍କ ପର୍ୟ୍ୟନ୍ତ ଲାଗିବ କବଚ
– ମାଲଗାଡ଼ିର ୱାଗନ ସଂଖ୍ୟା ବୃଦ୍ଧି କରାଯିବ
– ଶସ୍ତା ହୋଇପାରେ ରେଳ ଟିକେଟ
– ବଢ଼ିପାରେ ଟ୍ରେନ୍ କୋଚ୍ ସଂଖ୍ୟା
– ବରିଷ୍ଠ ନାଗରିକଙ୍କୁ ମିଳିପାରେ ଅଧିକ ସୁବିଧା
– ନୂଆ ବୁଲେଟ୍ ଟ୍ରେନ କରିଡର ପାଇଁ ଭିତ୍ତିଭୂମି
– ମେଟ୍ରୋ ନେଟୱର୍କ, ନମୋ ଭାରତ କରିଡର ପାଇଁ ବଢ଼ିପାରେ ଅନୁଦାନ
– ୩ରୁ ୪ ନୂଆ ଇକୋନୋମିକ କରିଡର ଘୋଷଣା
– ବନ୍ଦେ ଭାରତ, ଅମୃତ ଭାରତ ଟ୍ରେନ୍ ସଂଖ୍ୟା ବୃଦ୍ଧି
– ନୂଆ ଲାଇନ, ବିଦ୍ୟୁତିକରଣ ପରିଯୋଜନା ଉପରେ ଗୁରୁତ୍ବ
– ଷ୍ଟେସନ ଆଧୁନିକୀକରଣ ସମେତ ଅନ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ବ
– ୨୫୦ ନୂଆ ଏସି ଟ୍ରେନର ଶୁଭାରମ୍ଭ
– ଅଗଷ୍ଟ ୧୫ରୁ ବନ୍ଦେ ଭାରତ ସ୍ଲିପର ଭର୍ସନ