ସୁନ୍ଦରଗଡ (ଆମ ଟିଭି): ପଶ୍ଚିମ ଓଡ଼ିଶାରେ ସ୍କ୍ରବ୍ ଟାଇଫସକୁ ନେଇ ଆତଙ୍କ ଖେଳିଯାଇଛି । ପୂର୍ବରୁ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଭାବେ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଏହି ରୋଗ ଏକ ନିର୍ଦ୍ଦିଷ୍ଟ କୀଟ ଦଂଶନରୁ ହେଉଥିବାରୁ ଜଙ୍ଗଲ ତଥା ବିଲବାଡ଼ିକୁ ଯିବା ସମୟରେ ସମ୍ପୂର୍ଣ ଶରୀରକୁ ଘୋଡ଼ାଇ ରଖିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।
ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଔଷଧ, ପରୀକ୍ଷା ବ୍ୟବସ୍ଥା ରହିଛି। ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ପାଇଁ ସିଡିଏମଓ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ମେଡିକାଲ ଓ ଜିଲ୍ଲା ପ୍ରଶାସନ ଲଗାତର ଭାବେ ଗାଁ ଗାଁ ବୁଲି ସଚେତନତା କାର୍ୟ୍ୟକ୍ରମ କରି ଚାଲିଛି । ଡାକାବିଜ ଓ ପାଲା ମାଧ୍ୟମରେ ସଚେତନ କରାଯାଉଛି ।