ନେତାଜୀଙ୍କୁ ‘ରାଷ୍ଟ୍ରପୁତ୍ର’ ଘୋଷଣା ପାଇଁ ଆବେଦନ: ଖାରଜ କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ (ଆମ ଟିଭି): ନେତାଜୀ ସୁଭାଷ ବୋଷଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନେତା ଅମର ଅଟନ୍ତି ଏବଂ ତାଙ୍କୁ ନ୍ୟାୟିକ ନିର୍ଦ୍ଦେଶ ମାଧ୍ୟମରେ ସ୍ୱୀକୃତି ଦେବାର ଆବଶ୍ୟକତା ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ କହିଛନ୍ତି। ବୋଷଙ୍କୁ ‘ଦେଶର ରାଷ୍ଟ୍ରପୁତ୍ର’ ଘୋଷଣା ପାଇଁ ନିର୍ଦ୍ଦେଶ ଦେବା ଏବଂ ତାଙ୍କ ନିଖୋଜ କିମ୍ବା ମୃତ୍ୟୁ ବିଷୟରେ ସତ ପ୍ରକାଶ ନ କରିବା ପାଇଁ କଂଗ୍ରେସଠାରୁ କ୍ଷମା ପ୍ରାର୍ଥନା ଦାବି ନେଇ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ କୋର୍ଟ ମନା କରିଦେଇଛନ୍ତି।

ଦେଶର ସ୍ୱାଧୀନତା ସଂଗ୍ରାମରେ ବୋଷଙ୍କ ଭୂମିକାକୁ ସ୍ୱୀକାର କରିବା ଲାଗି ଏକ ଘୋଷଣାନାମା ନିମନ୍ତେ ନ୍ୟାୟିକ ଆଦେଶ ଅନୁଚିତ ହେବ, କାରଣ ତାଙ୍କ ଭଳି ଜଣେ ନେତାଙ୍କ ପାଇଁ କୋର୍ଟର ମାନ୍ୟତା ଆବଶ୍ୟକ ହୋଇ ନ ପାରେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।ଔଙଓଘ ଘଙଡ

Leave A Reply

Your email address will not be published.