UCCC ବିରୁଦ୍ଧରେ ହୀନ ଚକ୍ରାନ୍ତ ଓ ବେଆଇନ ସାର୍ଟିଫିକେଟ କୁ ରଦ୍ଦ କରିବାକୁ IGR ଙ୍କୁ ଆବେଦନ
ଭୁବନେଶ୍ୱର :ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ଧାରା ୧୨ ଡି ଯାହାର ଅର୍ଥ ଏକା ଭଳି ଗୋଟିଏ ନାଁ ରେ ଦୁଇଟି ସଂସ୍ଥା ହୋଇପାରିବ ନାହିଁ l ଯଦି ଅପଗ୍ରେଡ଼ ହୋଇଛି ତେବେ ପୁରୁଣା ସଂସ୍ଥା ର ଅଫିସ ବିଅରର ଙ୍କ ବିନା ପରାମର୍ଶ ରେ କିଭଳି ଏମାନେ ଅପଗ୍ରେଡ଼ କରିବାକୁ ପଦକ୍ଷେପ ନେଲେ ଯାହାକି ସୋସାଇଟି ରେଜିଷ୍ଟ୍ରେସନ ନିୟମ ଅନୁସାରେ ବେଆଇନ ଅଟେ l
ଏଥିପାଇଁ ସାଧାରଣ ବୈଠକ ଡକାଯିବା ଓ ଦୁଇ ତୃତୀୟାଂଶ ସଭ୍ୟ ଙ୍କ ସହମତି ଭିତ୍ତିରେ ପଦକ୍ଷେପ ନେବାକୁ ଯେଉଁ ଲୋକମାନଙ୍କୁ ପୂର୍ବରୁ ଦାୟିତ୍ୱ ଦିଆଯାଇଛି ସେହି ମାନେ କେବଳ ଅପଗ୍ରେଡେସନ ପାଇଁ ପଦକ୍ଷେପ ନେବା କଥା l ଯାହାକି ଏ କ୍ଷେତ୍ର ରେ ହୋଇନାହିଁ l
ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଶ୍ରୀ ସଞ୍ଜୟ ନାୟକ (ଟୁଟୁ) ନିଜକୁ କିଭଳି ଭାବେ ସଭାପତି ବୋଲି ଘୋଷଣା କରୁଛନ୍ତି l କାରଣ ପୂର୍ବରୁ ସେ ନିଜେ ପିଟିସନର ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟ (ହାଇକୋର୍ଟ ) ଙ୍କର ଦ୍ୱାରସ୍ଥ ହୋଇଛନ୍ତି ଓ ୟୁସିସିସି ର ଇଲେକ୍ସନ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି l ଏଠାରେ ଉଲ୍ଲେଖ ଥାଉ କି, ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଏଡିଏମ, କଟକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ୟୁସିସିସି ବିଷୟରେ ଅନୁସନ୍ଧାନ କରି ନିର୍ବାଚନ କୁ ସ୍ଥଗିତ ରଖି ମାନ୍ୟବର ଉଚ୍ଚ ନ୍ୟାୟାଳୟ କୁ ରିପୋର୍ଟ ଦାଖଲ କରିବା ପାଇଁ l
ଏଭଳି ଅବସ୍ଥାରେ ଯେତେବେଳେ ଉକ୍ତ ମାମଲା ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ବିଚାରାଧୀନ ଥିବା ସମୟରେ କିଭଳି, ଚଞ୍ଚକତା ପୂର୍ଣ୍ଣ ଆଧାରରେ IGR ଙ୍କୁ ଭୁଲ ତଥ୍ୟ ଦେଇ ବେନିୟମ ଭାବେ ଗୋଟିଏ ସାର୍ଟିଫିକେଟ ହାତେଇ ନେଇଛନ୍ତି l କିନ୍ତୁ ୟୁସିସିସି ନାମରେ 1993 ମସିହା ରୁ ଏକ ରେଜିଷ୍ଟ୍ରେସନ ସଂସ୍ଥା ଅଛି ଏବଂ ଅଦ୍ୟାବଧି କାର୍ଯ୍ୟ କରୁଅଛି l
ଆଜି ତାରିଖ 21-09-2023(ଗୁରୁବାର) ଦିନ ୧୧ ଘଟିକା ବେଳେ ମାନ୍ୟବର IGR ଙ୍କ କୋର୍ଟ ରେ UCCC ର ସମ୍ପାଦକ ଶ୍ରୀ ପ୍ରଭାତ କୁମାର ମହାନ୍ତି ଓ ପ୍ରଥମ ପଞ୍ଜିକୃତ ସଂସ୍ଥା ତରଫରୁ ଓକିଲ, ମାନ୍ୟବର IGR ଙ୍କୁ ଆବେଦନ କରି ବେନିୟମ ଭାବେ ଶ୍ରୀ ସଞ୍ଜୟ ନାୟକ ଓରଫ ଟୁଟୁ ପାଇଥିବା ସାର୍ଟିଫିକେଟ କୁ ରଦ୍ଦ କରିବା ପାଇଁ ଆବେଦନ କରିଛନ୍ତି ଏବଂ IGR ମଧ୍ୟ ଏହାର ଗୁରୁତ୍ୱ ଉପଲବ୍ଧି କରି ବିହିତ କାର୍ଯ୍ୟାନୁଷ୍ଠାନ ତଥା ପ୍ରକୃତ ତଥ୍ୟ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l