ନୂଆଦିଲ୍ଲୀ(ଆମ ଟିଭି): ଦେଶରେ କ୍ରମାଗତ ଭାବରେ ପେଟ୍ରୋଲ ଓ ଡିଜେଲ୍ ଦର ଖାଉଟିଙ୍କ ନିଦ ହଜେଇଦେଇଥିବା ବେଳେ ଆଜି ଏଥିରୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ୍ ଉପରୁ ଟିକସ ହ୍ରାସ କରିଛନ୍ତି । ଯାହା ଫଳରେ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା କମ କରିଥିଲା ବେଳେ ଡିଜେଲ୍ ଦର ପିଛା ୭ ଟଙ୍କା ଶସ୍ତା ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଏନେଇ ସୂଚନା ଦେଇଛନ୍ତି । ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପରେ କ୍ରମାଗତ ଭାବରେ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧି ପାଇଥିଲା ଯାହା ଦେଶବାସୀଙ୍କୁ ଚିନ୍ତା ପକାଇଥିଲା ।

ସେପଟେ ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ସିଲିଣ୍ଡର ପିଛା ମିଳିବ ୨୦୦ ଟଙ୍କା ରିହାତି । ଏହି ରିହାତି ବାର୍ଷିକ ୧୨ଟି ସିଲିଣ୍ଡର ଲାଗି ଉଦ୍ଦିଷ୍ଟ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ଲୁହା ଓ ଇସ୍ପାତ ଲାଗି ହ୍ରାସ ପାଇଛି ଉତ୍ପାଦ ଶୁଳ୍କ । ସେହିପରି ଇସ୍ପାତ ସାମଗ୍ରୀ ଉପରେ ଲାଗୁ ହୋଇଛି ରପ୍ତାନି ଶୁଳ୍କ।