ସରିଯିବ ପେଟ୍ରୋଲ ଡିଜେଲ; ଗାଡିରେ ତେଲ ପକାଇବାକୁ ବିଭିନ୍ନ ଟାଙ୍କିରେ ଲମ୍ବା ଲାଇନ

0

ଭୁବନେଶ୍ବର(ଆମ ଟିଭି): ଆଜି ସକାଳୁ ଭୁବନେଶ୍ବର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଗାଡିରେ ତେଳ ପକାଇବା ଲମ୍ବା ଲାଇନ। ଟାଙ୍କି ମାଲିକମାନେ ଲାଇନ ସଜାଇ ପେଟ୍ରୋଲ ଦେବାକୁ ନାକେ ଦମ ହୋଇପଡିଲେ। କାଳେ ଟାଙ୍କିରୁ ପେଟ୍ରୋଲ ସରିଯିବ ସେଥିପାଇଁ ସମସ୍ତେ ଗାଡିର ଟାଙ୍କି ଫୁଲ ପେଟ୍ରୋଲ ପକାଇବାରେ ଲାଗିଛନ୍ତି।

ତେବେ ଏପରି ହେବାର କାରଣ ହେଲା ଗତ ଦୁଇଦିନ ଧରି ଡ୍ରାଇଭରମାନଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ। ଏହି ଆନ୍ଦୋଳନରେ ରାଜ୍ୟର ଡ୍ରାଇଭରମାନେ ସାମିଲ ହୋଇ ଗାଡି ଚଳାଇବା ବନ୍ଦ କରିଦେଇଛନ୍ତି। ଫଳରେ ମୁଖ୍ୟ ପେଟ୍ରୋଲ ଡିପୋର ଟାଙ୍କିରେ ଭର୍ତ୍ତି କରିବା ପାଇଁ ଯେଉଁ ଗାଡିରେ ଆସେ ତାହାର ଡ୍ରାଇଭର ମଧ୍ୟ ଏହି ଆନ୍ଦୋଳନରେ ସାମିଲ। ଫଳରେ ଟାଙ୍କିରୁ ଯଦି ପେଟ୍ରୋଲ ସରିଯାଏ ତେବେ ଏବେ ଆଉ ପେଟ୍ରୋଳ ମିଳିପାରିବ ନାହିଁ। ସେଥିପାଇଁ ଗାଡି ମାଲିକ ତଥା ଚାଳକମାନେ ବିଭିନ୍ନ ଟାଙ୍କିରୁ ତେଲ ପକାଇବା ପାଇଁ ଲମ୍ବା ଲାଇନରେ ରହିଥିବାର ଦେଖାଯାଇଛି।

Leave A Reply

Your email address will not be published.