ନୂଆଦିଲ୍ଲୀ(ଆମ ଟିଭି): ପୁଣି ଏକ ବୟାନ ଦେଇ ଚର୍ଚ୍ଚାରେ ଅରବିନ୍ଦ କେଜ୍ରିସ୍ୱାଲ । ସେ କହିଛନ୍ତି, ଭାରତୀୟ ନୋଟ୍ରେ ଗାନ୍ଧିଜୀଙ୍କ ସହ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରହିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ଆସିବ। ସମଗ୍ର ଦେଶବାସୀ ସେମାନଙ୍କ ଆଶୀର୍ବାଦ ପାଇବେ। ଭାରତ ବିକଶିତ ଦେଶ ବନୁ। ଭାରତ ଏକ ଧନୀ ଦେଶ ହେଉ ବୋଲି ଆମେ ସମସ୍ତେ ଚାହୁଁଛୁ। ଏଥିପାଇଁ ନୂଆ ନୋଟ୍ରେ ଗଣେଶ ଓ ଲକ୍ଷ୍ମୀଙ୍କ ଫଟୋ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ଅପିଲ କରିଛନ୍ତି । ଦେଶର ଅର୍ଥନୀତି ଏବେ ଏକ ଖରାପ ପର୍ୟ୍ୟାୟ ଦେଇ ଗତି କରୁଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦିନକୁ ଦିନ ହ୍ରାସ ପାଉଛି। ଏହି କ୍ଷେତ୍ରରେ ସୁଧାର ପାଇଁ କେବଳ ଈଶ୍ୱରଙ୍କ ଆଶୀର୍ବାଦ ଆବଶ୍ୟକ। ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିବା କହିଛନ୍ତି।
ଖରାପ ଅର୍ଥନୀତିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡୁଛି। ଏହି କାରଣରୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ଆମେ ଚାହୁଁ ଭାରତ ଧନୀ ଦେଶ ହେଉ, ଲୋକେମାନେ ଧନୀ ହୁଅନ୍ତୁ। ଏଥିପାଇଁ ଆମକୁ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ଆମକୁ ବହୁ ସଂଖ୍ୟାରେ ଡାକ୍ତରଖାନା ଓ ସ୍କୁଲ ଖୋଲିବାକୁ ପଡିବ। ଦେବତାଙ୍କ ଆଶୀର୍ବାଦ ମିଳିଲେ ଆମ ଉଦ୍ୟମ ସଫଳ ହେବ। ଭିତ୍ତିଭୂମି ଦୃଢ଼ କରିବାକୁ ପଡିବ ବୋଲି କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।