କରୋନା ଟିକା ସାର୍ଟିଫିକେଟ୍ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଗାଏବ

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ କରନା ଟିକା ପ୍ରମାଣପତ୍ରରୁ ହଟାଇ ଦିଆଯାଇଛି। କରୋନା ମହାମାରୀ ସମୟରେ ଟିକାକରଣ ପାଇବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା, ଯେଉଁଥିରେ ତଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହିଥିଲା। ଏଥିରେ କ୍ୟାପସନରେ ଲେଖାଥିଲା ‘ଏକାଠି ହୋଇ ଭାରତ କରୋନାକୁ ପରାସ୍ତ କରିବ’। ତେବେ ବର୍ତ୍ତମାନ ଏହି କ୍ୟାପସନ୍ ରହିଛି କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଗାଏବ ହୋଇଯାଇଛି।

ମିଡ଼ିଆ ରିପୋର୍ଟ ଅନୁଯାୟୀ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟର ଅଧିକାରୀ ସୂଚନା ଦେଇଛନ୍ତି ଯେ, ଲୋକ ସଭା ନିର୍ବାଚନ ପାଇଁ ଏହି ପଦକ୍ଷେପ ନିଆଯାଇଛି। କାରଣ ଏବେ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ଅଛି। ଲୋକସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ଭୋଟ୍ ଗ୍ରହଣ କରାଯାଇଛି। ବର୍ତ୍ତମାନ ମଡେଲ ଆଚରଣ ସଂହିତା ବଳବତ୍ତର ରହିଛି, ଯାହା ନିର୍ବାଚନ ସମାପ୍ତ ହେବା ପରେ ହିଁ ଶେଷ ହେବ।

Leave A Reply

Your email address will not be published.