ନୂଆଦିଲ୍ଲୀ(ଆମ ଟିଭି): ଆଉ ନାହାନ୍ତି ଓବରୋଇ ଗ୍ରୁପ୍ର ଚେୟାରମ୍ୟାନ୍ ପିଆର୍ଏସ୍ ଓବରୋଇ । ଆଜି ସକାଳେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା। ତେବେ ଭାରତରେ ହୋଟେଲ ବ୍ୟବସାୟର ରୂପରେଖ ବଦଳାଇବାର ଶ୍ରେୟ ତାଙ୍କୁ ଦିଆଯାଉଥିଲା। ଅପରାହ୍ନ ୪ଟାରେ ଭଗବତୀ ଓବରୋଇ ଚାରିଟେବୁଲ ଟ୍ରଷ୍ଟ, ଓବେରୋଇ ଫାର୍ମ, କାପାଶେରାଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି।
୧୯୨୯ରେ ଜନ୍ମିତ ପୃଥ୍ବୀରାଜ ସିଂହ ଓରରୋଇ(ପିଆରଏସ୍ ଓବରୋଇ) ଜଣେ ଦୂରଦୃଷ୍ଟି ସମ୍ପନ୍ନ ଲିଡର ଥିଲେ। ସେ ଓବରୋଇ ଗ୍ରୁପ୍ର ଫ୍ଲାଗସିପ କମ୍ପାନୀ ଇଆଇଏଚ୍ ଲିମିଟେଡ୍ର କାର୍ୟ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ। ଏଥିସହ ଇଆଇଏଚ୍ ଲିମିଟେଡ୍ର ପ୍ରମୁଖ ଅଂଶୀଦାର ଓବରୋଇ ହୋଟେଲ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ମଧ୍ୟ ଥିଲେ।