ଭୁବନେଶ୍ବର (ଆମ ଟିଭି): ପିଜୁଳିକୁ ପୃଷ୍ଟିକର ଗୁଣରେ ପରିପୂର୍ଣ୍ଣ ଏକ ଫଳ ଭାବରେ ବିବେଚନା କରାଯାଏ । ଏହାର ଗୁଣକୁ ଦେଖିଲେ କୁହାଯାଏ ଯେ ଯଦିଓ ଆପଣ ପ୍ରତିଦିନ ଆପଲ୍ ନ ଖାଇପାରନ୍ତି ଏବଂ ଗୋଟିଏ ପିଜୁଳି ଖାଇପାରୁଛନ୍ତି ତାହେଲେ ବି ଆପଣ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ । ପିଜୁଳିରେ ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ପୋଟାସିୟମ୍ ଭରପୂର ରହିଛି । ଗୋଟିଏ ପିଜୁଳିରେ ୧୧୨ କ୍ୟାଲୋରୀ, ୨୩ ଗ୍ରାମ କାର୍ବୋହାଇଡ୍ରେଟ୍, ୯ ଗ୍ରାମ ଫାଇବର ଏବଂ ଅଳ୍ପ ପରିମାଣର ଷ୍ଟାର୍ଚ ଥାଏ।ତାହେଲେ ଆସନ୍ତୁ ଜାଣିବା କେଉଁ ଲୋକମାନେ ପିଜୁଳି ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ ନୁହେଁ ।
*ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମରେ ପୀଡିତ ଥିବା ଲୋକ*
ପିଜୁଳିରେ ଫାଇବର ଭରପୂର ମାତ୍ରାରେ ଥାଏ । ଯେଉଁ କାରଣରୁ କୋଷ୍ଠକାଠିନ୍ୟରୁ ମୁକ୍ତି ମିଳିଥାଏ, କିନ୍ତୁ ଯଦି ଆପଣ ଏହାକୁ ଅଧିକ ଖାଇଥା’ନ୍ତି, ତେବେ ଆପଣଙ୍କର ହଜମ ପ୍ରକ୍ରିୟା ମଧ୍ୟ ଖରାପ ହୋଇପାରେ । ବିଶେଷକରି ଯେତେବେଳେ ଆପଣ କଇରିଟେବଲ ବାଉଲ ସିଣ୍ଡ୍ରୋମରେ ପୀଡିତ । ଏପରି ପରିସ୍ଥିତିରେ ଆପଣ ଏହାକୁ ଖାଇବା ଠାରୁ ଦୂରେଇ ରହିବା ଭଲ ।
*ମଧୁମେହ ରୋଗୀ*
ପିଜୁଳି ବ୍ୟବହାର ଦ୍ୱାରା ରକ୍ତରେ ସୁଗାର ଲେବଲ ହ୍ରାସ ହୋଇପାରେ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମଧୁମେହ ଅଛି ଏବଂ ଆପଣ ପିଜୁଳିକୁ ଅତ୍ୟଧିକ ଖାଉଛନ୍ତି, ତେବେ ଆପଣଙ୍କ ରକ୍ତରେ ସୁଗାର ଲେବଲ ଯାଞ୍ଚ କରିବା ଜରୁରୀ ଅଟେ ।
*ପେଟ ଫୁଲିବା ସମସ୍ୟା*
ଯେଉଁମାନେ ଖାଦ୍ୟ ଶୀଘ୍ର ହଜମ କରିପାରନ୍ତି ନାହିଁ କିମ୍ବା ପେଟ ଫୁଲିବା ସମସ୍ୟା ଅଛି, ସେମାନେ ପିଜୁଳି ଖାଇବା ଉଚିତ୍ ନୁହେଁ । ଏଥିରେ ଭିଟାମିନ୍ ସି ଭରପୂର ମିଳିଥାଏ । ଏହି କାରଣରୁ, ଏହାକୁ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରେ ।
*ସ୍କିନ ସମସ୍ୟା*
ପିଜୁଳି ଏବଂ ପତ୍ରରେ ଥିବା ରାସାୟନିକ ପଦାର୍ଥ ସ୍କିନରେ ଜ୍ୱଳନ ସୃଷ୍ଟି କରିପାରେ । ଏହା ପ୍ରାୟତଃ ସେହି ଲୋକମାନଙ୍କ କ୍ଷତିକାରକ ହୋଇପାରେ ଯେଉଁମାନଙ୍କର ସ୍କିନ ସମସ୍ୟା ରହିଥାଏ ଯେପରିକି ଏକ୍ଜିମା ଥାଏ, ତେଣୁ ଚର୍ମ ସମସ୍ୟା ଥିବା ଲୋକମାନେ ପିଜୁଳି ଖାଇବାରୁ ଦୂରେଇ ରହିବା ଉଚିତ, କାରଣ ଏହା ସେମାନଙ୍କ ଅବସ୍ଥାକୁ ଆହୁରି ଖରାପ କରିପାରେ ।