ଦିଲ୍ଲୀ (ଆମ ଟିଭି): ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ତେଣୁ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ସତର୍କତାର ସହ ପାଇଲଟଙ୍କ ଜରୁରୀ ଅବତରଣ ପାଇଁ ସମସ୍ତ ଯାତ୍ରୀଙ୍କ ସମେତ କର୍ମଚାରୀ ସୁରକ୍ଷିତ ରହିଥିବା ଜଣାପଡିଛି ।
ସୂଚନାନୁଯାୟୀ, ଏୟାର ଇଣ୍ଡିଆ କହିଛି ଯେ, ଦିଲ୍ଲୀରୁ କୋଲକାତା ଯାଉଥିବା ଏୟାର ଇଣ୍ଡିଆ ବିମାନ AI2403 ର ଉଡ଼ାଣରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ଉଡ଼ାଣକୁ ବାତିଲ କରାଯାଇଥିଲା । ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ ଏଭଳି ନିଷ୍ପତ୍ତି ନେଇଥିଲେ । ଯାହା ଦ୍ବାରା ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଥିଲେ ଯାତ୍ରୀ । ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବରେ ବାହାର କରାଯାଇଛି । ଏହା ସହିତ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ଷ୍ଟାଫ୍ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । କିନ୍ତୁ ଏହି ଉଡ଼ାଣ ସେବା ପୁଣି ସୋମବାର ସନ୍ଧ୍ୟାରେ ପୁନଃନିର୍ଦ୍ଧାରିତ ହୋଇଥିବା ସମୟରେ ଉଡ଼ାଣ କରିବ ।
ଅନ୍ୟପଟେ ଏୟାର ଇଣ୍ହିଆର ଜଣେ ମୁଖପାତ୍ର ’’ହଠାତ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କ ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ।’’ ଏହା ବ୍ୟତୀତ ସେ କହିଛନ୍ତି ଯେ, ଯାତ୍ରୀମାନଙ୍କ ସୁରକ୍ଷା ଏବଂ ସୁବିଧା ହେଉଛି ଏୟାର ଇଣ୍ଡିଆର ସର୍ବୋଚ୍ଚ ପ୍ରାଥମିକତା ।
ସୂଚନାଯୋଗ୍ୟ, ସୋମବାର କୋଚିରୁ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ପ୍ରବଳ ବର୍ଷା ମଧ୍ୟରେ ଅବତରଣ କରିବା ସମୟରେ ରନୱେରୁ ଓଲଟି ପଡ଼ିବାରୁ ମୁମ୍ବାଇ ବିମାନବନ୍ଦରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା । କିଛି ଅଘଟଣ ହେବା ଆଗରୁ ବିମାନକୁ ସଠିକ୍ ସମୟରେ ରୋକିପାରିଥିଲେ ପାଇଲଟ । ଏହାପରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଭାବରେ ଓହ୍ଲାଇଥିଲେ ।