ଖଣ୍ଡଗିରି ମଞ୍ଚ ଚଢିବେ କି ନାହିଁ ଉତ୍ତର ରଖିଲେ ପୀୟୂଷ, ‘ଦର୍ଶକଙ୍କ ଭଲପାଇବା ଥିଲେ ମଞ୍ଚ ନିଶ୍ଚୟ ଚଢ଼ିବି
ଭୁବନେଶ୍ୱର (ଆମ ଟିଭି): ମତେ ନେଇ ଯେଉଁ ବିବାଦ ଉପୁଜିଛି ତାହା ମହାପ୍ରଭୁ ବିଚାର କରିବେ। ମୁଁ ଧର୍ଯ୍ୟ ଧରି ଅପେକ୍ଷା କରିଛି । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେବା ପରେ ଏହି ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା କଳାକାର ପୀୟୁଷ ତ୍ରିପାଠୀ । ଏହା ସହ ଖଣ୍ଡଗିରି ମଞ୍ଚ ଚଢିବେ କି ନାହିଁ ତାର ଉତ୍ତର ମଧ୍ୟ ରଖିଛନ୍ତି ପୀୟୂଷ । କହିଛନ୍ତି, ଦର୍ଶକଙ୍କ ଭଲପାଇବା ଏବଂ ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ ନିଶ୍ଚୟ ମଞ୍ଚ ଚଢିବି ।
ଯେଉଁମାନେ ମୋ ବିରୋଧରେ ଯାଇଛନ୍ତି ସେମାନଙ୍କର ବହୁତ ଅହଙ୍କାର ହୋଇଛି । ଏବଂ ନିଜକୁ ମୁଁ ବୋଲି ଭାବୁଛନ୍ତି। ତେଣୁ ଖଣ୍ଡଗିରି ମେଳାରେ ମୁଁ ନିଶ୍ଚିତ ଯାତ୍ରା ପରିବେଷଣ କରିବି ବୋଲି ଆଶା ଥିବା କହିଛନ୍ତି ପୀୟୂଷ ।