ଆମେରିକାରେ ବିମାନ ଦୁର୍ଘଟଣା
ନୂଆଦିଲ୍ଲୀ (ଆମ ଟିଭି): ଆମେରିକାରୁ ଏକ ବଡ଼ ଖବର ଆସି ପହଞ୍ଚୁଛି । ଆମେରିକାରେ ପ୍ଲେନ୍ କ୍ରାସ୍ ହୋଇଛି। ମଣ୍ଟଗୋମେରୀ କାଉଣ୍ଟ ସହରରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ସହର ମଧ୍ୟ ଦେଇ ଯାଇଥିବା ଉଚ୍ଚ କ୍ଷମତା ସଂପନ୍ନ ବିଜୁଳି ତାରରେ ଲଗି ବିମାନ ଦୁର୍ଘଗଣାଗ୍ରସ୍ତ ହୋଇଛି । ତେବେ ଏଥିରେ କ୍ଷୟକ୍ଷତି ସୂଚନା ଏଯାଏ ମିଳିନାହିଁ ।
ସୂଚନା ଅନୁଯାୟୀ, ଆମେରିକାର ପୂର୍ବ-ଦକ୍ଷିଣ କ୍ଷେତ୍ର ମଣ୍ଟଗୋମେରୀ କାଉଣ୍ଟ ସହରରେ ଦୁର୍ଘଟଣାଗ୍ରସ୍ତ ହୋଉଛି ବିମାନ । ଉଡାଣ ଭରିବାର ମାତ୍ର କିଛି ସମୟ ଭିତରେ ବିମାନ ବିଜୁଳି ତାର ସଂସ୍ପର୍ଶରେ ଆସିଥିଲା । ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ୍ ତାରରେ ଲାଗି ବିମାନ ଖସିପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ କ୍ଷୟକ୍ଷତିର କୌଣସି ସଠିକ୍ ତଥ୍ୟ ମାଳିପାରିନାହିଁ ।