ନେପାଳରେ ବିମାନ ଦୁର୍ଘଟଣା: ନେପାଳରେ ପାଳନ ହେଉଛି ରାଷ୍ଟ୍ରୀୟ ଶୋକ

0

ନେପାଳ (ଆମ ଟିଭି): ନେପାଳରେ ଗତକାଲି ଘଟିଯାଇଛି ଏକ ଭୟଙ୍କର ବିମାନ ଦୁର୍ଘଟଣା । ଯେଉଁଥିରେ ୭୨ ଜଣଙ୍କ ମଧ୍ୟରୁ ଉଦ୍ଧାର ହୋଇଛି ୬୮ଜଣଙ୍କର ମୃତଦେହ । ଏବେ ବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ୟେଟି ବିମାନଟି ବହୁ ପୁରୁଣା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ ରାଡାର ଟ୍ୱେଂଟି ଫର ଅନୁଯାୟୀ, ୟେଟି ଏୟାରଲାଇନ୍ସର ବିମାନ ୧୫ ବର୍ଷ ପୁରୁଣା ଥିଲା ।

ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ବିମାନଟି ଏକ ପୁରୁଣା ଟ୍ରାନ୍ସପଣ୍ଡର ସହିତ ଚାଲିଥିଲା । ଗତକାଲି ପୋଖରା ବିମାନ ବନ୍ଦରରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୭୨ ଜଣ । ଯେଉଁଥିରେ ୫ ଜଣ ଭାରତୀୟ ଥିଲେ । ଏଥିମଧ୍ୟରୁ ୪ ଜଣ ଉତ୍ତରପ୍ରଦେଶର ଗାଜୀପୁର ଜିଲ୍ଲାର । ଏହି ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ନେପାଳରେ ରାଷ୍ଟ୍ରୀୟ ଶୋକ ପାଳନ ହେଉଛି ।

Leave A Reply

Your email address will not be published.