ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍, କଲା ଏମରଜେନ୍ସି ଲ୍ୟାଣ୍ଡିଂ

0

ନୂଆଦିଲ୍ଲୀ (ଆମ ଟିଭି): ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ  ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ । ଟେକଅପ କରିବାର କିଛି ସମୟ ପରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା । ଆଜି ସକାଳେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ବିମାନର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଯାହା ଫଳରେ ପୁଣି ଦିଲ୍ଲୀକୁ ଫେରିଲା ଏୟାର ଇଣ୍ଡିଆର AI-887 ବିମାନ । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଥିଲେ ପାଇଲଟ । ଏଥିସହ ବିମାନରେ ୩୩୫ ଯାତ୍ରୀ ଥିଲେ ।  ସମସ୍ତ ଯାତ୍ରୀଙ୍କୁ ଅନ୍ୟ ବିମାନରେ ମୁମ୍ବାଇ ପଠାଯାଇଛି । ସମସ୍ତ ଯାତ୍ରୀ ଏବଂ କ୍ରୁର ସଦସ୍ୟ ସୁରକ୍ଷିତ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଏୟାର ଇଣ୍ଡିଆ ଦୁଃଖ ପ୍ରକାଶ କରିଛି ।

ଏପଟେ ନୋଟିସ କରି ବିସ୍ତୃତ ରିପୋର୍ଟ ମାଗିଛି  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ବର୍ତ୍ତମାନ ସମ୍ପୂର୍ଣ୍ଣ ତଦନ୍ତ ପାଇଁ DGCAକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.