ଜୀ ସାର୍ଥକରେ ଦେଖନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାରରେ “ଲକ୍ଷ୍ମୀପୁରାଣ

0

ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିରେ ରଖି ଭେଟିଦେଉଥିବା ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ପାଇଁ ଓଡ଼ିଶାରେ ଏକ ନମ୍ବର ହୋଇ ପାରିଛି । ପ୍ରତି ଓଡିଆ ଘରେ ‘ମାଣବସା’ ପରମ୍ପରା ବହୁ ଆଗରୁ ଚାଲି ଆସିଛି, ସେହି ପରିପ୍ରେକ୍ଷିରେ ଚଳିତ ମାର୍ଗଶିର ମାସ ମାଣବସା ଗୁରୁବାରରେ ନେଇଆସୁଛି ବଳରାମ ଦାସଙ୍କ ଅନନ୍ୟ କୃତୀ ‘ଲକ୍ଷ୍ମୀ ପୁରାଣ’ ।

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଦର୍ଶକ ଦେଖିବେ ଜୀ ସାର୍ଥକରେ ‘ଲକ୍ଷ୍ମୀ ପୁରାଣ’ ପ୍ରତି ଗୁରୁବାର ଭୋର ୫ଟା, ସକାଳ ୭ଟା ଓ ଅପରାହ୍ନ ୪ଟା ସମୟରେ। ଏଥିରେ ମୁଖ୍ୟ ଚରିତ୍ର ସହ ଲକ୍ଷ୍ମୀ ପୁରାଣକୁ ଆବୃତ୍ତି କରିବେ ଓଡିଆ ଦର୍ଶକଙ୍କର ଅତିପ୍ରିୟ ସ୍ମୃତିରେଖା, ଅନନ୍ୟା ଓ ଅଙ୍କିତା। ଆବୃତ୍ତି ସହିତ ଲକ୍ଷ୍ମୀ ପୁରାଣକୁ ଚିତ୍ର ଓ ଅଭିନୟ ମାଧ୍ୟମରେ ମଧ୍ୟ ଉପସ୍ଥାପନ କରାଯିବ।

ତେବେ କେବଳ ଜୀ ସାର୍ଥକ ଟିଭି ନୁହେଁ, ଜୀ ସାର୍ଥକର ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆ ସହିତ ଯୋଡି ହୁଅନ୍ତୁ ଓ ଜୀ ସାର୍ଥକର ସମସ୍ତ ସୋସିଆଲ ମିଡିଆରେ ଆୟୋଜିତ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର ।

ଏହି ବିଶେଷ କାର୍ଯ୍ୟକ୍ରମକୁ ଦେଖି ଆମ ସଂସ୍କୃତି ଓ ପରମ୍ପରା ସହିତ ଯୋଡି ହେବା ସହ ଜୀ ସାର୍ଥକ ଦ୍ବାରା ସୋସିଆଲ ମିଡିଆରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ୍ ଅଫିସର୍ ରାହୁଲ ରାଓ।

Leave A Reply

Your email address will not be published.