ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା, ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା

0

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ସୂଚୀ ଘୋଷଣା ।  ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।  ଡିସେମ୍ବର ୧୫ରୁ ମିଳିବ ଆଡମିଟ କାର୍ଡ ।  ଜାନୁଆରୀ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ।  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ।  ପ୍ରତି ଜିଲ୍ଲାରେ ୨ ୟୁନିଟ ସ୍କ୍ବାଡ କାମ କରିବେ ।

ପରୀକ୍ଷା ହଲରେ ଲାଗିବ ସିସିଟିଭି କ୍ୟାମେରା । ୧୩୫୦ଟି କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା ।  ସକାଳ ୧୦ଟାରୁ ଦିନ ୨ଟା ଯାଏଁ ଚାଲିବ ପରୀକ୍ଷା ।  AI ସର୍ଭେଲାନ୍ସରେ ରହିବ ସବୁ ପରୀକ୍ଷା କେନ୍ଦ୍ର ।  ୨୧୦ଟି କେନ୍ଦ୍ରରେ AI କ୍ୟାମେରା ଲାଗିବ ।  ୪୦ ଦିନରେ ପ୍ରକାଶ ପାଇବ ପରୀକ୍ଷା ଫଳ ।  ମୋଟ ୪ଲକ୍ଷ ୭ ହଜାର ୩୭ ଜଣ ପରୀକ୍ଷା ଦେବେ ।  ପ୍ରଥମ ଥର ଲାଗି ପ୍ରାକ୍ଟିକାଲ ପରୀକ୍ଷାରେ ୱେବକାଷ୍ଟ ବ୍ୟବସ୍ଥା ହେବ ।  ୱେବକାଷ୍ଟ, ସିସିଟିଭି ଓ ଲାଇଭ ଷ୍ଟ୍ରିମଂ ବ୍ୟବସ୍ଥା ହୋଇଛି ।

ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି ।  ଏଆଇ ନଜରରେ ସବୁ ହବ୍ ରହିବ ।  କାଉନସିଲ ମଧ୍ୟ ପ୍ରଶ୍ନପତ୍ର ଜାଣିବନି ।  ପ୍ରିଣ୍ଟିଂ ଷ୍ଟେସନରୁ ସିଧା ହବ ଆସିବ ପ୍ରଶ୍ନପତ୍ର ।  ହବରେ ପ୍ରଶ୍ନପତ୍ର ଖୋଲାଯିବା ବେଳେ ସିସିଟିଭିରେ ରେକର୍ଡିଂ ହେବ ।  ସେଠାରୁ ସିଧା ଛାତ୍ରଛାତ୍ରୀଙ୍କ ନିକଟକୁ ପ୍ରଶ୍ନପତ୍ର ଯିବ ।

Leave A Reply

Your email address will not be published.