ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ଉପରେ ଆଜି ଆଲୋକପାତ କରିଛନ୍ତି। ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଏକ ସ୍ତମ୍ଭ ସମ୍ପର୍କରେ ଉଲ୍ଲେଖ କରି ଭାରତୀୟ ରେଳ ଯାତ୍ରା କିପରି ସହଜ ହୋଇଛି ତାହାର ଅବତାରଣା କରିଛନ୍ତି। ବିଶେଷକରି ପବିତ୍ର ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରାକୁ ସହଜ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

‘‘ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଗତ ୧୧ ବର୍ଷ ବାସ୍ତବରେ ଐତିହାସିକ। ଭାରତୀୟ ରେଳ ଯାତ୍ରା କିପରି ସହଜ ହୋଇଛି, ବିଶେଷକରି ରଥଯାତ୍ରା ଦେଖିବା ପାଇଁ ମହାପ୍ରଭୁଙ୍କ ଧାମ ପବିତ୍ର ନଗରୀ ଜଗନ୍ନାଥ ପୁରୀକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କ ଲାଗି ଏହାକୁ କିପରି ସୁଗମ କରାଯାଇଛି ସେ ବିଷୟରେ କେନ୍ଦ୍ରମନ୍ତ୍ରୀ @AshwiniVaishnaw ଲେଖିଛନ୍ତି।

Leave A Reply

Your email address will not be published.