ୟୁକ୍ରେନରେ ପହଞ୍ଚିଲେ PM ମୋଦି: ସ୍ୱାଗତ କରିବା ପାଇଁ ଭାରତୀୟ ଛାତ୍ରଛାତ୍ରୀ ପ୍ରସ୍ତୁତ…

0

ନୂଆଦିଲ୍ଲୀ (ଆମ ଟିଭି): ବିଦେଶ ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନରେ ପହଞ୍ଚିଛନ୍ତି। ସେ ପୋଲାଣ୍ଡ ଦେଇ ଟ୍ରେନରେ ୟୁକ୍ରେନରେ ପହଞ୍ଚିଛନ୍ତି। ପିଏମ ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦିମିର ଜେଲେନସ୍କିଙ୍କ ସହ ସାକ୍ଷାତ କରିବାକୁ ଯାଉଛନ୍ତି।

ପିଏମ ମୋଦୀଙ୍କୁ ସ୍ୱାଗତ କରିବାକୁ ଭାରତୀୟ ଛାତ୍ରମାନେ ଉତ୍ସାହିତ । ୟୁକ୍ରେନରେ ପିଏମ ମୋଦୀଙ୍କୁ ସ୍ୱାଗତ କରିବାକୁ ଭାରତୀୟ ଛାତ୍ରମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି। ଜଣେ ଛାତ୍ର କହିଛନ୍ତି ଯେ, “ପିଏମ ମୋଦୀଙ୍କ ଏଠାକୁ ଆସିବା ନେଇ ଆମେ ଉତ୍ସାହିତ। ଅପରେସନ୍ ଗଙ୍ଗା ସମୟରୁ ଭାରତ ସରକାର ଏଠାରେ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରିଆସୁଛନ୍ତି। ପିଏମ ମୋଦୀଙ୍କୁ ଭେଟିବା ପାଇଁ ଆମେ ବହୁତ ଉତ୍ସାହିତ।

ଏଠାରେ ତାଙ୍କୁ ଦେଖିବା ପାଇଁ ଏକ ଭଲ ସୁଯୋଗ ଏବଂ ଯଦି ସମ୍ଭବ ତାଙ୍କ ସହ କଥା ହେବୁ।” ଅପରେସନ୍ ଗଙ୍ଗା ମାଧ୍ୟମରେ ୟୁକ୍ରେନ୍ ଯୁଦ୍ଧରେ ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା।

Leave A Reply

Your email address will not be published.