ବିଏନପିର ବିଜୟ ପାଇଁ ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

0
ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ନିର୍ବାଚନରେ ବିଜୟୀ ହୋଇଥିବା ତାରିକ ରହମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାରିକ ରହମାନ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଏହି ବିଜୟ ଆପଣଙ୍କ ନେତୃତ୍ୱ ପ୍ରତି ଜନତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ମୋଦି କହିଛନ୍ତି ଯେ, ବାଂଲାଦେଶର ସମର୍ଥନରେ ସର୍ବଦା ଠିଆ ରହିବ ଭାରତ । ମିଳିତ ଭାବେ କାମ କରିବାକୁ ଭାରତ ଉତ୍ସୁକ ଅଛି ବୋଲି ମୋଦି କହିଛନ୍ତି ।
 
ବାଂଲାଦେଶ ନିର୍ବାଚନରେ ତାରିକ ରହମାନଙ୍କ ନେତୃତ୍ୱରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ବାଂଲାଦେଶ ସାଧାରଣ ନିର୍ବାଚନରେ ​​ଏକ ବଡ଼ ବିଜୟ ହାସଲ କରିଛି । ତାରିକ ରହମାନ ଉଭୟ ଢାକା ଏବଂ ବୋଗୁରା ଆସନ ଜିତିଛନ୍ତି । ଏହି ନିର୍ବାଚନରେ ୩୦୦ ସଦସ୍ୟ ବିଶିଷ୍ଟ ସଂସଦରେ BNP ୧୫୧ରୁ ଅଧିକ ଆସନ ଜିତିଛି । ୨୦୨୪ରେ ଶେଖ ହାସିନାଙ୍କ ସରକାରର ପତନ ପରେ ପ୍ରଥମ ଥର ପାଇଁ ବାଂଲାଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଛି ।
Leave A Reply

Your email address will not be published.