ଭୁବନେଶ୍ୱର (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା ‘ଅମୃତ ଭାରତ ଏକ୍ସପ୍ରେସ’କୁ ଝାରସୁଗୁଡ଼ାରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।
ଏହି ଟ୍ରେନ୍ ପଲାସା, ବିଜୟନଗରମ୍, ରାୟଗଡା, ଟିଟିଲାଗଡ଼, ରାୟପୁର, ନାଗପୁର, ଭୁସାୱାଲ ଏବଂ ନନ୍ଦୁରବାର ସମେତ ପ୍ରମୁଖ ଷ୍ଟେସନରେ ରହଣି କରିବ ।
ଏହି ସେବା ସୁରଟ ଏବଂ ଏହାର ଆଖପାଖ ସହରରେ କାମ କରୁଥିବା ବ୍ରହ୍ମପୁର ଏବଂ ଗଞ୍ଜାମ ଜିଲ୍ଲାର ଅନେକ ଶ୍ରମିକଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।
ଏହା ଉଭୟ ରାଜ୍ୟ ମଧ୍ୟରେ ଯୋଗାଯୋଗ ପ୍ରଦାନ କରିବା ସହିତ ପର୍ଯ୍ୟଟନ ବିକାଶରେ ସହାୟ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ପ୍ରମୁଖ ଆର୍ଥିକ ଜିଲ୍ଲାଗୁଡ଼ିକୁ ସଂଯୋଗ କରିବ ।