ଭେଣ୍ଟିଲେଟର୍‌ରେ ପ୍ରସିଦ୍ଧ ଗାୟିକା, ପୁଅ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ବିହାରର ପ୍ରସିଦ୍ଧ ଲୋକ ଗାୟିକା ଶାରଦା ସିହ୍ନା ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର ସାଧାରଣ ଲୋକଙ୍କ ହୃଦୟରେ ରାଜ୍‌ କରିଥିବା ଲୋକ ଗାୟିକଙ୍କ ପୁଅ ଅଂଶୁମାନ ସିହ୍ନା ଏହି ସୂଚନା ଦେଇଛନ୍ତି। ତାଙ୍କ ମା’ ଭେଣ୍ଟିଲେଟରରେ ଥିବା ସେ କହିଛନ୍ତି।

ଲୋକଙ୍କୁ ନିବେଦନ କରି ଅଂଶୁମାନ କହିଛନ୍ତି, ଏକ ବଡ ଯୁଦ୍ଧ ମୋ ମା’ ଲଢୁଛନ୍ତି ଏବଂ ଏହା କଷ୍ଟସାଧ୍ୟ, ବହୁତ କଷ୍ଟକର। କେବଳ ପ୍ରାର୍ଥନା କରନ୍ତୁ ଯେ ସେ ଯୁଦ୍ଧରୁ ବାହାରି ପାରିବେ।ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଶାରଦା ସିହ୍ନାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କ ସହ ଫୋନରେ କଥା ହୋଇଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଗାୟିକା ଶାରଦା ସିହ୍ନାଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ ତାଙ୍କ ପୁଅ ଅଂଶୁମାନ ସିହ୍ନାଙ୍କୁ ଫୋନ କରିଥିଲେ ଏବଂ ତାଙ୍କ ଚିକିତ୍ସା ପାଇଁ ସମସ୍ତ ସାହାଯ୍ୟ ନିଶ୍ଚିତ କରିଥିଲେ।

Leave A Reply

Your email address will not be published.