ନୂଆଦିଲ୍ଲୀ (ଆମ ଟିଭି): ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତଦନ୍ତକାରୀ ସଂସ୍ଥା କଂଗ୍ରେସର ସବୁ ଆକାଉଣ୍ଟକୁ ଫ୍ରିଜ କରି ଦେଇଥିବା ଦଳ ଅଭିଯୋଗ କରିଛି।
ଏହାକୁ ନେଇ ରାଜନୀତିକ ହଟଚମଟ ଚାଲିଥିବା ବେଳେ ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧି ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜବରଦସ୍ତ ଢଙ୍ଗରେ ସମାଲୋଚନା କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ବେଶ ବ୍ୟବସ୍ଥିତ ଢଙ୍ଗରେ କଂଗ୍ରେସ ଆର୍ଥିକ ସ୍ତରରେ ପଙ୍ଗୁ କରିଦେବାକୁ ଚେଷ୍ଟା କରୁଥିବା ସୋନିଆ ଅଭିଯୋଗ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୁଅ ରାହୁଲ ଗାନ୍ଧିଙ୍କ ସହ ସୋନିଆ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ସେ ମୋଦିଙ୍କୁ ସମାଲୋଚନା କରିଛନ୍ତି।