ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ: କହିଲେ, ‘ଏନଡିଏ ଜନତା ଜନାର୍ଦ୍ଦନ ସେବକ’

0

ନୂଆଦିଲ୍ଲୀ (ଆମ ଟିଭି): ବିହାରରେ ଏନ୍‌ଡିଏର ବିପୁଳ ବିଜୟ । ବିଜେପିର ବମ୍ଫର  ବିଜୟ ପରେ  ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ବୋଧନ କରିଛନ୍ତି ।  ମୋଦୀ କହିଛନ୍ତି ,  ବିପୁଳ ବିଜୟ ଅତୁଟ ବିଶ୍ବାସର ପ୍ରତିଫଳିନ । ଏନଡିଏ  ଜନତା ଜନାର୍ଦ୍ଧନଙ୍କ ସେବକ ।   ନୀତିଶ କୁମାରଙ୍କ ପ୍ରଶଂସା କରି ମୋଦୀ କହିଛନ୍ତି  ନୀତିସ ଜୀ ବହୁତ ଭଲ ନେତୃତ୍ବ ଦେଇଥିଲେ । ଚିରାଗ  ମଧ୍ୟ ଭଲ ଲିଡରସିପ୍‌ ଦେଖାଇଛନ୍ତି ।  ନୂଆପଡା ଜନତାଙ୍କୁ ମଧ୍ୟ ଧନ୍ୟବାଦ କହିଛନ୍ତି ମୋଦୀ ।  ମୋଦୀ ବିରୋଧିଙ୍କୁ ତେରଛା ବାଣ ମାରି କହିଛନ୍ତି କିଛି  ଦଳ ତୁଷ୍ଟୀକରଣ ରାଜନୀତି କରୁଥିଲେ । MY  ଫର୍ମୁଲାରେ  କିଛି ଦଳକାମ  କରୁଥିଲେ । ଜଙ୍ଗଲରାଜ ଓ ସାମ୍ପ୍ରଦାୟିକ ନୀତିକୁ ନାକଚ । ଶେଷରେ ମୋଦୀ  ନିର୍ବାଚନ ଆୟୋଗ, ବିହାର ଜନତା, ସରକ୍ଷାକର୍ମୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ବିହାରର ଲୋକମାନେ ଏକ ବିକଶିତ ବିହାର ପାଇଁ ଭୋଟ ଦେଇଛନ୍ତି । ବିହାରର ଲୋକମାନେ ଏକ ସମୃଦ୍ଧ ବିହାର ପାଇଁ ଭୋଟ ଦେଇଛନ୍ତି । ନିର୍ବାଚନ ପ୍ରଚାର ସମୟରେ, ମୁଁ ବିହାରର ଲୋକମାନଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ଅନୁରୋଧ କରିଥିଲି, ଏବଂ ବିହାରର ଲୋକମାନେ ସମସ୍ତ ରେକର୍ଡ ଭାଙ୍ଗି ଦେଇଥିଲେ। ମୁଁ NDA ପାଇଁ ଏକ ବିଶାଳ ବିଜୟ ସୁନିଶ୍ଚିତ କରିବା ପାଇଁ ବିହାରର ଲୋକମାନଙ୍କୁ ଅନୁରୋଧ କରିଥିଲି, ଏବଂ ବିହାରର ଲୋକମାନେ ମୋର ଅନୁରୋଧକୁ ରଖିଛନ୍ତି । ବିହାରରେ ବିଜେପିର ବିଜୟକୁ ନେଇ  ପ୍ରଧାନମନ୍ତ୍ରୀ ମୋଦୀଙ୍କ  ପ୍ରଚାର ସମୟର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ସିତାମଢି ରେ ରାଲି  ସମୟରେ  ମୋଦୀ ଭବିଷ୍ୟବାଣୀ କରି କହିଥିଲେ  ମାତା ସୀତାଙ୍କ  ଆଶିର୍ବାଦ ମିଳିସାରିଛି ଆମକୁ  । ପୁଣି ଥରେ ଆମେ ବିହାରରେ ସରକାର ଗଠନ କରିବାକୁ ଯାଉଛୁ ।  ବିଜୟ ଉତ୍ସବର ପ୍ରସ୍ତୁତ କରି ନିଅନ୍ତୁ ।

Leave A Reply

Your email address will not be published.