ପ୍ରଦୂଷଣ କରୁଥିବା ଗାଡ଼ି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ…

0

ଦିଲ୍ଲୀ- NCR ରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ହସ୍ତକ୍ଷେପ କରିଛି। ପ୍ରଦୂଷଣ କରୁଥିବା ଗାଡ଼ିଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାଜଧାନୀରେ ଇଲେକ୍ଟ୍ରିକ୍ ଯାନ (EV) ଇକୋସିଷ୍ଟମର ସମ୍ପ୍ରସାରଣ ପାଇଁ PMO ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।

ଦିଲ୍ଲୀରେ ଦ୍ୱିତୀୟ ସପ୍ତାହ ପାଇଁ ହାରାହାରି ବାୟୁ ଗୁଣବତ୍ତା “ଅତ୍ୟନ୍ତ ଖରାପ ସ୍ତରରେ ରହିବା ଏବଂ କେତେକ ଅଞ୍ଚଳରେ ଏହା “ଭୟଙ୍କର” ସ୍ତରରେ ପହଞ୍ଚିବା ପରେ ଏହି ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରଦୂଷଣ କରୁଥିବା ଗାଡ଼ି ଏବଂ ନିର୍ଗମନ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ଉପରେ ଯାଞ୍ଚକୁ ତୀବ୍ର କରାଯାଉ।

Leave A Reply

Your email address will not be published.