ଲାଲକିଲ୍ଲାରୁ ଅପରେସନ ସିନ୍ଦୂର ନେଇ ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ, ବୀର ଯବନାଙ୍କୁ କଲେ ସାଲ୍ୟୁଟ୍

0

ନୂଆଦିଲ୍ଲୀ (ଆମ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରୁଛନ୍ତି । ସେ ଆତଙ୍କବାଦୀମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ଯଦି ଶତ୍ରୁମାନେ ପୁଣି ଥରେ କୌଣସି ପଦକ୍ଷେପ ନିଅନ୍ତି, ତେବେ ସେନା ଚୁପ୍ ରହିବ ନାହିଁ । ଆମେ ଉଚିତ ଜବାବ ଦେବୁ । ଏହିପରି ଅନେକ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦିଲ୍ଲୀ ଲାଲକିଲ୍ଲାରୁ ଅପରେସନ ସିନ୍ଦୂର ନେଇ ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଶତ୍ରୁକୁ ଆଶାଠାରୁ ଅଧିକ ଦଣ୍ଡ ମିଳିଛି । ଶତ୍ରୁଙ୍କୁ ଘରେ ପଶି ମାରିଲୁ, ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କଲୁ । ଅପରେସନ ସିନ୍ଦୂର ଆମ ଯବାନଙ୍କ ବୀରତ୍ବର ପ୍ରତିବିମ୍ବ । ଆମ ସହ ମୁହାଁମୁହିଁ ହେଲେ ଶତ୍ରୁକୁ କଡ଼ା ଜବାବ ଦିଆଯିବ ।

ଆତଙ୍କବାଦୀମାନେ ଧର୍ମ ପଚାରି ଲୋକଙ୍କୁ ହତ୍ୟା କରିଥିଲେ । ବାପାଙ୍କ ସାମ୍ନାରେ ପିଲାଙ୍କୁ କରାଯାଇଥିଲା ହତ୍ୟା । ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ହତ୍ୟା କରିଥିଲେ । ଏହି ଘଟଣା ଦେଶବାସୀଙ୍କ ମନରେ ଆକ୍ରୋଶ ଭରି ଦେଇଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲୁ । ଶତ୍ରୁଙ୍କୁ ଘରେ ପଶି ମାରିଲୁ, ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କଲୁ । ଆତଙ୍କୀଙ୍କୁ କିପରି ଦମନ କରାଯାଏ ଭାରତ ତାହା ଦେଖାଇଦେଲା । ଆତଙ୍କୀଙ୍କ ଆଡ୍ଡାକୁ ମାଟିରେ ମିଶାଇଛି ଭାରତୀୟ ସେନା । ସେନାକୁ ସଂପୂର୍ଣ୍ଣ କ୍ଷମତା ଦିଆଯାଇଥିଲା । ଦଶନ୍ଧି ଧରି ଯାହା ହୋଇନଥିଲା, ତାହା ଆମେ କଲୁ ।

Leave A Reply

Your email address will not be published.